କଲମପୁର ଥାନାରେ ନୂତନ ଅଧିକାରୀ ଙ୍କ ଯୋଗଦାନ!
କଲମପୁର:-----
( ତର୍ଜମା ନ୍ୟୂଜ )
କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଆଜି ଶନିବାର ଦିନ ନୂତନ ଅଧିକାରୀ ଯୋଗଦେଇଛନ୍ତି, ଚଲିତ ବର୍ଷ ଏହି ଫାଣ୍ଡି ଥାନାର ମାନ୍ୟତା ପାଇ ଲୋକାର୍ପିତ ହୋଇଥଲା, ପ୍ରଥମ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଯୁଗଳ ଶବର ଅବସ୍ଥାପିତ ହୋଇଥିଲେ । ତାଙ୍କୁ ନବରଙ୍ଗପୁର ଜିଲ୍ଲାକୁ ବଦଳି କରାଯାଇ ଥିବା ବେଳେ ତାଙ୍କ ସ୍ଥାନରେ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କୁ ନିୟୋଜିତ କରାଯାଇଛି, ନୂତନ ଥାନା ଅଧିକାରୀଙ୍କ ଠାରୁ ବ୍ୟାପକ ଦେଶୀ ବିଦେଶୀ ବେନିୟମ ମଦ କାରବାର ସହ ନିଶାଗ୍ରସ୍ତ ଅବସ୍ଥାରେ ଜନସାଧାରଣଙ୍କ ଶାନ୍ତିଭଙ୍ଗ କରୁଥିବା ତତ୍ତ୍ଵଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଲୋକେ ଆଶା ପୋଷଣ କରିଛନ୍ତି ।
Post a Comment