ମହାବୀର ପଡ଼ା ସିଭିଲ ସୋସାଇଟି ସାଧାରଣ ପରିଷଦ ବୈଠକ : ନୂତନ କର୍ମକର୍ତ୍ତା ମନୋନୀତ !
ଭବାନୀ ପାଟଣା:---
( ତର୍ଜମା ନ୍ୟୁଜ )
କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ସହର ର ମହାବୀର ପଡ଼ା ସିଭିଲ ସୋସାଇଟି ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ସାଧାରଣ ପରିଷଦ ର ବାଇ ଲ ଉପରେ ବିସ୍ତୃତ ଆଲୋଚନା ହୋଇ କିଛି ସଂଶୋଧନ ପରେ ସର୍ବ ସମ୍ମତି କ୍ରମେ ଅନୁମୋଦନ ଲାଭ କରିବା ପରେ 1860 ସୋସାଇଟିରେଜିଷ୍ଟ୍ରେସନ୍ ଅନୁସାରେ ପଞ୍ଜିକରଣ ପାଇଁ ଅନୁମୋଦନ ଲାଭ କରିଥିଲା । ଏହି ଅବସରରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ନୂତନ କମିଟି ରେ ବରିଷ୍ଠ ଆଇନ ଜିବୀ ଶ୍ରୀ ସନ୍ତୋଷ କୁମାର ପଣ୍ଡା, ସଭାପତି, ଶ୍ରୀ ମହେଶ କୁମାର ଅଗ୍ରୱାଲ ,ଓ ଶ୍ରୀ ଶୁଭ୍ରାଂଶୁ ଶେଖର ସାହୁ ଉପ ସଭାପତି, ଜନାବ ମହମ୍ମଦ ବୁରହାନ ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଭାବରେ ଶ୍ରୀ କିଶୋର ପଣ୍ଡା ଓ ଶ୍ରୀ କଳ୍ପେଶ୍ୱର ପୁରୋହିତ ଏବଂ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଶୈଳେଶ କୁମାର ବେହେରା , ଆଭ୍ୟନ୍ତରିଣ ଅଡିଟର ଭାବରେ ଶ୍ରୀ ସନତ କୁମାର ମୁଣ୍ଡ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏହି ବୈଠକ ରେ ୩୦ରୁ ଅଧିକ ସଭ୍ୟ ଯୋଗଦାନ କରି ଥିବା ବେଳେ ପରିଶେଷରେ ଶ୍ରୀ ଭବେନ୍ଦ୍ର କୁମାର ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment