//BREAKING//
Loading...

ପିପଳଗୁଡା ଏଲବିସିଡି ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ !!

 


ଜୁନାଗଡ :---(ତର୍ଜମା ନ୍ୟୁଜ) ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ଏଭଳି ଆଉ ଏକ ଅଭିଯୋଗ ଏବେ କଳାହାଣ୍ଡି ଜିଲ୍ଲା କର୍ଳାପାଟ ବନାଞ୍ଚଳ ଅଧିକାରୀଙ୍କ ଅଧିନସ୍ତ ପିପଳଗୁଡା ଏଲବିସିଡି କାର୍ଯ୍ୟରେ ହୋଇ ଥିବା ଅଭିଯୋଗ ହେଉଛି ।ଖୋଦ ଏକଥା ଗାଁ ଜଙ୍ଗଲ ସୁରକ୍ଷା କମିଟି କରିଛନ୍ତି, ମାଟି ଧୋଇ ନଯିବା ପାଇଁ ପଥର ବନ୍ଧ କରାଯାଏ, ମନରେଗା ଯୋଜନାରେ ସେହି କାର୍ଯ୍ୟ କରାଯାଇଛି, ଏଥିପାଇଁ ୪୮୧ ଶ୍ରମ ଦିବସ ସୃଷ୍ଟି କରାଯାଇ ୮୧ ଜଣ ଶ୍ରମିକ ନିୟୋଜିତ ହୋଇ ଥିବା ଦର୍ଶାଇ ପ୍ରାୟ ତିନି ଲକ୍ଷ ଟଙ୍କା ଉଠାଣ ହୋଇଛି ।


୧୧ ଗୋଟି ମଷ୍ଟରରୋଲ ଗତ ଫେବୃଆରୀ ୨୩ ତାରିଖରେ ବାହାର କରି ଏହି ସବୁର ବିଲ କରାଯାଇଛି, ସୂଚନା ଫଳକ ତିଆରି ହୋଇଛି ହେଲେ ସୂଚନା ଲେଖାଯାଇନାହିଁ ତଥାପି ୫ ହଜାର ବିଲ୍ ଉଠାଇ ନିଆଯାଇଛି । ଏତେ ସବୁ କାରବାର ହୋଇ ଥିଲେ ବି କାହାରି ନଜର ନାହିଁ, ଗାଁ ଜଙ୍ଗଲ ସୁରକ୍ଷା କମିଟି ଓ ବନ ବିଭାଗ ଏହି କାର୍ଯ୍ୟ ମିଲିତ ଭାବେ କରିବାର ନିୟମ ରହିଥିବା ବେଳେ ଗାଁ କମିଟିକୁ ଅନ୍ଧାରରେ ରଖି ରାଧେ ରାଧେ, ଅଧେ ଅଧେ ରେ କାର୍ଯ୍ୟ ସାରି ଦିଆଯାଇ ଗରିବ ଲୋକଙ୍କ ପେଟକୁ ଲାତମାରି ହରିଲୁଟକରି ନିଆଯାଇଛି ବୋଲି ଅଭିଯୋଗ ହୋଇଛି ।


 ଏନେଇ କଳାହାଣ୍ଡି ଏସଇଏଫଓ ପ୍ରଦୀପ କୁମାର ଭତ୍ରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ବିଭାଗୀୟ ବିଟଗାର୍ଡ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତିି, ଗାଁ କମିଟି ସଭାପତି ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଏ ଅଞ୍ଚଳର ଏକାଧିକ ସ୍ଥାନରେ ଏଭଳି ହୋଇ ଥିବା ଅଭିଯୋଗ ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe