//BREAKING//
Loading...

୧୦ ଟି ଜିଲ୍ଲା ପାଇଁ ଶ୍ରମ ଆଦାଲତର ନୂତନ କାର୍ଯ୍ୟାଳୟ ଉଦ୍ଦଘାଟିତ!!!

 ୧୦ ଟି ଜିଲ୍ଲା ପାଇଁ ଶ୍ରମ ଆଦାଲତର ନୂତନ କାର୍ଯ୍ୟାଳୟ ଉଦ୍ଦଘାଟିତ!!!


ଜୟପୁର:-------

( ଜୟପୁର)

 1985 ମସିହା ଠାରୁ ଦୀର୍ଘ ଦିନ ଧରି ଭଡା ଗୃହରେ ଚାଲୁଥିବା ଦଶଟି ଜିଲ୍ଲା ପାଇଁ ଜୟପୁରରେ ସ୍ଥାପିତ ହୋଇଥିବା ଶ୍ରମ ଅଦାଲତ ଆଜି ତାହାର ପରିଚୟ ଖଜି ରାଜ୍ୟ ସରକାରଙ୍କ ସର୍ଦାର ବଲ୍ଲଭାଇ ପଟେଲ ମାର୍ଗରେ ରହିଥିବା ପୁରୁଣା ତହସିଲ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି।ଏହି ଶ୍ରମ ଅଦାଲତଟି କୋରାପୁଟ, କଳାହାଣ୍ଡି, ନଂବରଙ୍ଗପୁର, ମାଲକାନଗିରି, ରାୟଗଡା, ବୌଦ୍ଧ, ଗଜପତି, ଗଞ୍ଜାମ, ନୂଆପଡ଼ା, କନ୍ଧମାଳ ଜିଲ୍ଲାର ଶ୍ରମିକ ସମ୍ବଧିତ ବିବାଦ ଗୁଡିକର ସମାଧାନ କରିବା ପାଇଁ ଉଦ୍ଧିଷ୍ଟ ରହିଛି।ଶ୍ରୀ ବେଣୁଧର ପାତ୍ର ଓଏସଜେଏସ ଇଣ୍ଡଷ୍ଟ୍ରିୟାଲ ଡିସପୁଟ କୋର୍ଟ ଭୁବନେଶ୍ୱରର ପ୍ରିଜାଇଡିଙ୍ଗ ଅଧିକାରୀଙ୍କ କରକୋମଳରେ ଜୟପୁର ଶ୍ରମ ଅଦାଲତ ପ୍ରିଶାଇଡିଙ୍ଗ ଅଧିକାରୀ ଶ୍ରୀ ବିଦ୍ୟାଧର ପୃଷ୍ଠା,ଉପଜିଲ୍ଲାପାଳ ବେଦବର ପ୍ରଧାନ,ଜିଲ୍ଲା ଅଧିବକ୍ତା ସଙ୍ଗ ସଭାପତି ବିରେଶ ପଟନାୟକ, ତହସିଲଦାର ସୁଶ୍ରୀ ସାଗରିକ ଷଡ଼ଙ୍ଗୀଙ୍କ ଉପସ୍ଥିରେ ଉଦଘାଟିତ ହୋଇଥିଲା। ଏହି ଶ୍ରମ ଅଦାଲତର ନିଜସ୍ୱ କୋର୍ଟ କାର୍ଯ୍ୟାଳୟ ଅଧିବକ୍ତା ତଥା ସୂଚନା ଅଧିକାର କର୍ମୀ ଏବଂ ମାନବାଧିକାରୀ ରକ୍ଷକ ଶ୍ରୀ ଅନୁପ କୁମାର ପାତ୍ରଙ୍କ ପ୍ରଚେଷ୍ଟାରେ ହୋଇଥିବା ଯୋଗୁଁ ସାଧାରଣରେ ପ୍ରଶଂସା କୋରାଯାଇଛି।ଏହି ଅବସୋରରେ ଜିଲ୍ଲା ଏବଂ ଉପଖଣ୍ଡର ଅଧିକାରୀ ମାନଙ୍କ ସହ ଜିଲ୍ଲା ଅଧିବକ୍ତା ସଙ୍ଗ ସମ୍ପାଦକ ପିଣ୍ଟୁ ମାଝୀଙ୍କ ସହ କେ ଦିବାକର, ସହଦେଵ ପଟନାୟକ, ହରିଶ ମୁଦୁଲି, ତେଜି ପଣ୍ଡା, ବିଷ୍ଣୁ ପାତ୍ର, ନାନାଜି ଆଚାରୀ, ଅନୁପ କୁମାର ପାତ୍ର, ଗଙ୍ଗା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ବିଦ୍ୟାଧର ପୃଷ୍ଟି ପ୍ରିଶାଇଡିଙ୍ଗ ଅଧିକାରୀଙ୍କ ଏବଂ ପ୍ରତକ୍ଷ୍ୟ ତତ୍ୱାବଧନ ଏବଂ ଶ୍ରମ କୋର୍ଟ କର୍ମଚାରୀଙ୍କ ସହଯୋଗରେ ଉଦଘାଟିତ ହୋଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe