//BREAKING//
Loading...

ନର୍ଲା ରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର !!

 ନର୍ଲା ରେ   ଜିଲ୍ଲାପାଳଙ୍କ  ଜନଶୁଣାଣି ଶିବିର !!


 ନର୍ଲା:-----

( ତର୍ଜମା ନ୍ୟୂଜ )

 କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡୀଙ୍କ  ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଉପ ଜିଲ୍ଲାପାଳ,ଭବାନୀପାଟଣା ଡ  ବିଶ୍ୱଜିତ୍ ଦାସ, ଅତିରିକ୍ତ ଏସ ପି ଶ୍ରୀ ଆନନ୍ଦ ପ୍ରସାଦ ଗୁରୁ, ବ୍ଲକ୍ ଅଧ୍ୟକ୍ଷ ଶ୍ରୀମତୀ ମନୋରମା ମହାନ୍ତି,ବି ଡି ଓ ବାସନ୍ତୀ ସେଠୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ମୋଟ ୬୯ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଜଣଙ୍କୁ ମୋଟ ୨୧୦୦୦/- ଟଂକା ର ସହାୟତା ରାଶି ମଞ୍ଜୁର କରଯାଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe