//BREAKING//
Loading...

*ବିବେକ ସେନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ*.

 *ବିବେକ ସେନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ*.                                 


    କର୍ଲା ମୁଣ୍ଡା:------- 

 (ତର୍ଜମା  ନ୍ୟୁଜ )                         

 କର୍ଲାମୁଣ୍ଡା ବ୍ଲକ  ସ୍ଥାନୀୟ ତହସିଲ ଅଫିସ ପରିସରରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ତହସିଲଦାର ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୃକ୍ଷ ହିଁ ଜୀବନ ଓ ପ୍ରତେକ ବ୍ୟକ୍ତି ତାହାର ଜୀବନ କାଳ ରେ ଏକ ବୃକ୍ଷ ଲଗାଇବା ପାଇଁ ତାଙ୍କ ବକ୍ତବ୍ୟ ରେ କହିଥିଲେ | ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବୃଷ ତଥା ନିମ୍ବ ,ଅଁଳା, କରଞ୍ଜ, ବେଲ, ଚମ୍ପା, ଚନ୍ଦନ, ପଣସ, କଦମ୍ବ ଇତ୍ୟାଦି ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା | ବିବେକ ସେନା ର ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ପାତ୍ର, ବ୍ଲକ ସମ୍ପାଦକ ଦଶରଥ ସାହୁ , ବିଶ୍ୱନାଥ ସାହୁ ସମେତ ତହସିଲ ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚାରା ରୋପଣରେ ସହଯୋଗ କରିଥିଲା |

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe