ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ତିନି ଆଦିବାସୀ ପରିବାର, ରାସ୍ତା, ପାଣି ପାଇଁ ନିବେଦନ
ଜୁନାଗଡ -(ତର୍ଜମା ନ୍ୟୁଜ) ଥୁଆମୂଳ ରାମପୁର ଅଞ୍ଚଳର ଆଦିବାସୀ ତିନି ପରିବାର ଜୁନାଗଡ ବ୍ଳକ ତାଳପଦର ଗାଁ ନିକଟସ୍ଥ ବିରାଗୁଡା ଡଙ୍ଗର ଉପରେ ଦୟନୀୟ ଅବସ୍ଥାରେ ବସତି ସ୍ଥାପନ କରି ରହୁଛନ୍ତି । ସେମାନେ ପିଇବା ପାଣି ଓ ଚଳାପଥ ପାଇ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ସିଦ୍ଧିପଦର ପଞ୍ଚାୟତ ଅଧିନସ୍ତ ବିରାଗୁଡା ଗ୍ରାମର ଏହି ତିନି ଆଦିବାସୀ ପରିବାରର ୧୨ ଜଣ ଏଠାରେ ଆସି ରହୁଛନ୍ତି । ସେମାନେ ନିଜସ୍ୱ ଗ୍ରାମ ବିରାଗୁଡାରେ ରୋଜଗାର ର କୌଣସି ପନ୍ଥା ନପାଇବାରୁ ଭୋକଶୋଷ ସହି ନ ପାରି ଚାଲି ଆସିଲୁ ବୋଲି କହିଛନ୍ତି । ଏମାନଙ୍କୁ ଦାସିଗାଁ ପଞ୍ଚାୟତରେ ସାମିଲ କରି ଚାଉଳ ଯୋଗାଇ ଦିଆଯାଇ ଆସୁଥିବା ବେଳେ ପିଇବା ପାଣି ଓ ରାସ୍ତା ନଥିବାରୁ ଅସୁବିଧା ଭୋଗ କରି ଆସୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଏହି ପରିବାର ଉପକୃତ ହୋଇ ନିଜ ଜୀବନ ଜୀବିକା ନିର୍ବାହ କରିପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।
Post a Comment