ଭବାନୀ ପାଟଣା:----( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡର ଶାନ୍ତ ପୁର ସେକ୍ସନ ତରଫରୁ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ରେ ମାଦାଖୋଲାଙ୍କ ସଂରକ୍ଷିତ ଜଙ୍ଗଲ ସ୍ଥିତ ଝାରକଟା ଟ୍ୟାଙ୍କ ଅମୃତ ବାଟିକା ରେ ୭୫ ତମ ଅମୃତ ମହୋତ୍ସବ ପାଳନ କରାଯାଇଛି। ଏଥି ଅବସର ରେ ନର୍ଲା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ, ଘଣ୍ଟମାଳ ସରପଞ୍ଚ, ବ୍ଲକ ପିଇଓ, ଏପିଇଓ,, ତ୍ୟାପ ମେମ୍ବର, ସମସ୍ତ ୱାର୍ଡ ମେମ୍ବର , ଘଣ୍ଟମାଳ ହାଇସ୍କୁଲ ର ଶିକ୍ଷକ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ୭୫ ଟି ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣ ପାଇଁ ଗାତ, ଚାରା ଗଛ ଓ ଆବଶ୍ୟକ ସମସ୍ତ ସରଞ୍ଜାମ ଶାନ୍ତ ପୁର ବନପାଳ ଓ ଶାନ୍ତ ପୁର ସେକ୍ସନ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଏହି ଅବସରରେ ନର୍ଲା ବିଡ଼ିଓ ଙ୍କ ଉପସ୍ଥିତି ରେ ଏକ କଳସ ଯାତ୍ରା କରାଯାଇ ସମସ୍ତ ଙ୍କ ଠାରୁ ମାଟି ସଂଗ୍ରହ କରି ପ୍ରଥମେ ଜିଲ୍ଲା ମୁଖ୍ୟାଳୟ ଓ ଭାରତ ସରକାର ଙ୍କୁ ପ୍ରେରଣ କରାଯିବ ବୋଲି ଜଣା ପଡିଛି ।





Post a Comment