୭୭ ତମ ଉପଖଣ୍ଡ ସ୍ତରୀୟ ସ୍ଵାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜୟପୁର:-------
( ତର୍ଜମା ବ୍ୟୁରୋ ନ୍ୟୁଜ )
୭୭ତମ ସ୍ଵାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶ୍ରୀ ବେଦବର ପ୍ରଧାନ, ଉପଜିଲ୍ଲାପାଳ, ଜୟପୁରଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସ୍ଵାଧିନତା ଦିବସ ଆଡମ୍ବରରେ ଜୟପୁର ଦଶହରା ପଡ଼ିଆରେ ପୂର୍ବାହ୍ନ ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମୋହଦୟ ପତାକା ଉତ୍ତୋଳନ କରିବେ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗରର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ ହେବ । ଏଥି ସହ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଜୟପୁରଙ୍କୁ ଅନୁରୋଧ କରାଗଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟୁଷ ୫.୦୦ ଘ. ଠାରୁ ୬ ଘଟିକା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପରିବେଷଣ କରାଯିବ । ସକାଳ ୭.୩୦ଘ. ଠାରୁ ୮.୩୦ ସମୟ ମଧ୍ୟରେ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯିବ । ଚଳିତ ବର୍ଷ ୫୨ ଗୋଟି ଟୃପ ଭାଗ ନେବେ । ଘୋଷ ବାଦ୍ୟ ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ସରସ୍ଵତି ଶିଶୁ ମନ୍ଦିର, ସାରଦା ବିହାର ଓ ସରସ୍ଵତୀ ମନ୍ଦିର ଔରବିନ୍ଦ ନଗରର ଘୋଷବାଦ୍ୟ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଗଲା। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜୟପୁର, ଭାରପ୍ରାପ୍ତ ପୋଲିସ ଅଧିକାରୀ, ସଦର ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ଟାଉନ ପୁଲିସ, ଭାରପ୍ରାପ୍ତ ପୋଲିସ ଅଧିକାରୀ, ମହିଳା ପୁଲିସ ଅଧିକାରୀଙ୍କୁ ଆଇନ ଶୃଙ୍ଖଳ ରକ୍ଷାର ଦାୟିତ୍ଵ ଦିଆଗଲା । ସମସ୍ତ ଟୃପ, ଉତ୍କଳ ବାଲାଶ୍ରମ ନିବାସର ଅନ୍ତେବାସୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶର୍ଯ୍ୟ।ଶାୟୀ ରୋଗୀ ଓ ଉପକଖଣ୍ଡ କାରାଗାର ଜୟପୁରର କଏଦୀ ମନଙ୍କୁ ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି , ଜୟପୁର, ସଭାପତି ରୋଟାରୀ କ୍ଲବ ଓ ଲାଏନ୍ସ କ୍ଲବ ଓ ଜିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀଙ୍କ ପ୍ରଦତ୍ତରେ ମିଷ୍ଠ।ନ ଓ ଫଳ ବଣ୍ଟନ କରାଯିବ । ଚଳିତ ବର୍ଷ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା , ଓଡିଆ ବକ୍ତୃତା ପ୍ରତିଯୋଗିତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଚିତ୍ର କଳା ପ୍ରତିଯୋଗିତା ପ୍ରମୁଖ ପ୍ରତିଯୋଗିତା ହେବ । ସମସ୍ତ ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଲୟ, ଜୟପୁର ଠାରେ ଆୟୋଜିତ ହେବ । ଏଥିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ତା. ୧୫.୦୮.୨୦୨୩ ରିଖ ଦିନ ମୁଖ୍ୟ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ । ଚଳିତ ବର୍ଷ ୨ ଜଣ ଆଦର୍ଶ ପୋଲିସ୍ ଅଧିକାରୀଙ୍କୁ, ଉପଖଣ୍ଡ ସ୍ତରରେ ୨୦୨୧-୨୨ ଓଡିଶ। ପ୍ରସାନିକ ସେବାରେ ସଫଳତା ପାଇଥିବା ପ୍ରାର୍ଥୀ ଓ ସାଇକେଲ ଦ୍ୱାରା ଭାରତ ଭ୍ରମଣ କରି ଥିବା ଘାସି ପଣ୍ଡାଙ୍କୁ ମ।ନ ପତ୍ର ପ୍ରଦାନ ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ପ୍ରାଥମିକ ଚିକିତ୍ସା ନିମନ୍ତେ ଅଧିକ୍ଷକ ଜିଲ୍ଲା ଚିକିତ୍ସାଳୟ, କୋରାପୁଟ ଜୟପୁରଙ୍କୁ ୧୨.୦୮.୨୦୨୩, ୧୩.୦୮.୨୦୨୩ ଓ ୧୫.୦୮.୨୦୨୩ରିଖ ଦିନ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ପାନୀୟ ଜଳ ଯୋଗାଣ ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୀ.ଏଚ୍. ଡ଼ି, ଜୟପୁର, ମଞ୍ଚ ସାଜସଜା ନିମନ୍ତେ ସହକାରୀ ନିର୍ଦ୍ଧେଶକ, ଉଦ୍ୟାନ ବିଭାଗ, ଜୟପୁର, ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି ଓ ସାମ୍ବାଦିକ ମାନଙ୍କ ବସିବା ବ୍ୟବସ୍ଥା ଓ ଷ୍ଟାଡିୟମରେ ଟୃପ ବେରିକେଡ଼ିଂ କରିବା ଦାୟିତ୍ଵ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ(ରାସ୍ତା ଓ ଗୃହ ନିର୍ମାଣ )ଙ୍କୁ ଦିଆଗଲା ।
ଏହି ବୈଠକରେ ମଞ୍ଚାସୀନ ଭାରପ୍ରାପ୍ତ ପୋଲିସ ଅଧିକାରୀ, ଟାଉନ ଥାନା ଜୟପୁର, ଶ୍ରୀ ସମ୍ବିତ ବେହେରା, ଭାରପ୍ରାପ୍ତ ପୋଲିସ ଅଧିକାରୀ, ସଦର ପୁଲିସ, ଶ୍ରୀ ଈଶ୍ଵର ତାଣ୍ଡି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ ନାୟକ ଓ ଅନ୍ୟାନ୍ୟ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ପାନୀୟ ଜଳ ଯୋଗାଣ, ଅଗ୍ନିଶମ ଅଧିକାରୀ ଜୟପୁର, NCC ଅଧିକାରୀ ଡ. ଲକ୍ଷ୍ମଣ ପାତ୍ର, ଉପଖଣ୍ଡ କ୍ରିଡା ସାଂସଦ ଶ୍ରୀ ରବି ନାୟକ, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର, ଶ୍ରୀ ଜଜ୍ଞେସ୍ବର ପଣ୍ଡା, ଶ୍ରୀ ନିରଞ୍ଜନ ପାଣିଗ୍ରାହୀ, କିରାଣୀ-ତଥା-ଗ୍ରନ୍ଥାକାରକ, ଶ୍ରୀ ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ବିଭିନ୍ନ କଲେଜର ଅଧ୍ୟକ୍ଷ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ଗଣମାଧ୍ୟମର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ ।
ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ପରିଚାଳନା କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ ନାୟକ ଜୟପୁର ସମସ୍ତଙ୍କୁ ଧାନ୍ୟବାଦ ଅର୍ପଣ କରି ଥିଲେ ।
Post a Comment