ଠିକା ଭାଗ ବଣ୍ଟାକୁ ନେଇ ବିଡିଓ ଓ ଅଧ୍ୟକ୍ଷଙ୍କ ଝଗଡା: ଭାଗ ଭାଗ ହେଲେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି !!
ଭବାନୀ ପାଟଣା:----
( ତର୍ଜମା ନ୍ୟୁଜ )
କଳାହାଣ୍ଡି ଜିଲ୍ଲା ସଦର ବ୍ଲକରେ ଗତ ୨୮ତାରିଖ ଦିନ ସଦର ବିଧାୟକଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଚାଲିଥିଲା। ଉକ୍ତ ବୈଠରେ ବିଡିଓ ପ୍ରିତା କୁମାର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁଙ୍କୁ ଚପଲରେ ପିଟିବି ବୋଳି କହିଥିବା ନେଇ ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ବିଡିଓ ଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ। ପରେ ସଦର ବିଧାୟକ ପ୍ରଦିପ୍ତ କୁମାର ନାଏକ ଭବାନୀ ପାଟଣା ରେ ସାମ୍ବାଦିକ ସମ୍ମିଳନୀ ନ କରି ଭୁବନେଶ୍ବର ରେ ସାମ୍ୱାଦିକ ସମ୍ମିଳନୀ କରି ବିଡିଓ ପ୍ରିତା କୁମାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଓଡିଶା ମୁଖ୍ୟମନ୍ତ୍ରୀ , ପଞ୍ଚାୟତରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,, 5ଟି ସଚିବଓ ସ୍ଥାନୀୟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏ ନେଇ ସଦର ବିଡ଼ିଓ ପ୍ରୀତା କୁମାରଙ୍କୁ ସଦର ବ୍ଲକ ରେ ହିଁ ରଖିବା ପାଇଁ ଜିଲ୍ଲାପରିଷଦ ସଭ୍ୟ, ସମିତି ସଭ୍ୟ ଓ ସଦର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ୍ ମିଡ୍ ଟାଉନ ରେ ଏକ ବୈଠକ ଅନୁଷ୍ଠିତ କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ତେବେ ଏ ସମ୍ପର୍କ ରେ ଟାଉନ ଥାନାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ପକ୍ଷରୁ ମଧ୍ୟ ଏହାର ତଦନ୍ତ ଚାଲି ଥିବା ଜଣା ପଡିଛି । ତେବେ ସଦର ବ୍ଲକ ର ସମସ୍ତ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅସଲ ଗୁମର ଫିଟିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
Post a Comment