ଭବାନୀପାଟଣା ଠାରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ଆରମ୍ଭ!!!
ଭବାନୀପାଟଣା:-----
( ତର୍ଜମା ନ୍ୟୂଜ )
ଓଡିଶା ରାଜ୍ୟ ଚେସ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ଚେସ ସଂଘ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ତତ୍ତ୍ବାବଧାନ ରେ ଆଜି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ 15 ବର୍ଷ ରୁ ନିମ୍ନ ବୟସ ଖେଳାଳୀ ମାନଙ୍କ ମଧ୍ୟରେ ଚେସ ପ୍ରତିଯୋଗିତା ଆରମ୍ଭ ହୋଇଅଛି । ଅତିରିକ୍ତ ଜିଲ୍ଲାପାଳ , କଳାହାଣ୍ଡି ଶ୍ରୀ ତନ୍ମୟ କୁମାର ଦରୱାନ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଚେସ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ସମ୍ମାନିତ ଅତିଥି ରୂପେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶ୍ରୀ ଶାନ୍ତନୁ କୁମାର ବେହେରା , ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ସିଂହ, ଜିଲ୍ଲା ଚେସ ସଂଘ ସଭାପତି ଶ୍ରୀ ରବୀନ୍ଦ୍ର ସାହୁ , ଡି.ଆଇ.ପି.ଆର.ଓ. ଶ୍ରୀ ମନୋଜ ବେହେରା, ରାଜ୍ୟ ଚେସ ସଂଘ ଆର୍ବିଟର ଶ୍ରୀ ଜ୍ୟୋତି ଶଙ୍କର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାଗଣ ଚେସ ଖେଳର ମହତ୍ଵ ତଥା ଖେଳାଳୀମାନଙ୍କୁ ଚେସ ପ୍ରତି ଆନ୍ତରିକତା ଓ ଖେଳୁଆଡ ପ୍ରଦର୍ଶନ ମନୋଭାବକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ । ଏହି ଚେସ ପ୍ରତିଯୋଗିତା ପାଇଁ ୮ଟି ଜିଲ୍ଲା ବଲାଙ୍ଗିର, କଟକ , ଢେଙ୍କାନାଳ , ଗଞ୍ଜାମ , ଯାଜପୁର , ଖୋର୍ଦ୍ଧା , କୋରାପୁଟ , ପୁରୀ ରୁ ଖେଳାଳୀ ମାନେ ଆସି ପହଞ୍ଚିଛନ୍ତି । ସଭାଟିକୁ ପରିଚାଳନା କରିବାରେ ଯୁଗ୍ମ ସମ୍ପାଦକ ସଂଜୀବ ସିଂ ସହଯୋଗ କରିଥିବାବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ଉପ ସଭାପତି, ସଞ୍ଜୟ କୁମାର, ଶେଖ୍ ବୁର୍ହାନ ଙ୍କ ସମେତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ତଥା ଜିଲ୍ଲା ଚେସ ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଚେସ ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବା ସହ ଶ୍ରେଷ୍ଠ ଚେସ ଖେଳାଳୀ ଙ୍କୁ କୋଡ଼ିଏ ହଜାର ଟଙ୍କା ପୁରସ୍କାର ରାଶି , ସିଲ୍ଡ ପ୍ରଦାନ କରାଯିବ । ବିଜୟୀ ଚେସ ଖେଳାଳୀ ଆଗାମୀ ଦିନରେ ମହାରାଷ୍ଟ୍ର ରେ ହେବାକୁ ଥିବା ଜାତୀୟ ଚେସ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଜଣା ପଡିଛି ।
Post a Comment