//BREAKING//
Loading...

ଷୋହଳ ଖଣ୍ଡ ଗୋପାଳ ସମାଜର ବନ୍ଧୁ ମିଳନ !!!

 ଷୋହଳ ଖଣ୍ଡ ଗୋପାଳ ସମାଜର ବନ୍ଧୁ ମିଳନ !!!


( ତର୍ଜମା ବ୍ୟୁରୋ ନ୍ୟୁଜ )

ଜୟପୁର---- କୋରାପୁଟ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରି ସଭାପତି ପର୍ଶୁରାମ ଗୌଡ଼, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ମହାଙ୍କୁଡ଼, କୋଷାଧ୍ୟକ୍ଷ ଗଣେଷ ମହାଙ୍କୁଡ଼, ସମୀକ୍ଷକ ଶରତ ଚନ୍ଦ୍ର ଗୌଡ଼, ସହ ସମୀକ୍ଷକ କୃଷ୍ଣଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ସମାଜର ସମ୍ବିଧାନ, ପରମ୍ପରା ଏବଂ ବୈବାହିକ ରୀତିନୀତି ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ଗଂଜାମ ଜିଲ୍ଲାରେ ଯେଭଳି ଭାବେ ସମାଜ ଶୃଙ୍ଖଳିତ ଢଙ୍ଗରେ ଚାଲିଛି ସେହିଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଚାଲିବାକୁ ମତ ପ୍ରକାଶ ପାଇଥିଲା । ଏନେଇ ଏକ କମିଟି ଚୟନ ହୋଇଥିଲା । ଉକ୍ତ କମିଟି ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଅନୁରୂପ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକରେ କୋରାପୁଟ ଜିଲ୍ଲା ସଭାପତି କବିରାଜ ପରମେଶ୍ୱର ପାତ୍ର, ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ଉପଦେଷ୍ଟା ସୁଦର୍ଶନ ଗୌଡ଼, ଉପସଭାପତି ବୁଲୁ ଗୌଡ଼, ପଦ୍ମନ ଗୌଡ଼, ଉଦୟନାଥ ଗୌଡ଼, ଘାସିରାମ ଗୌଡ଼, କୈଳାସ ଚନ୍ଦ୍ର ଗୌଡ଼, ବିଦେଶୀ ଗୌଡ଼, ନକୁଳ ଗୌଡ଼, ଭାସ୍କର୍ଯ୍ୟ ଗୌଡ଼, ଶ୍ରୀରାମ ଗୌଡ଼, ମହିଳା କମିଟି ପକ୍ଷରୁ କଳ୍ପନା ମହାଙ୍କୁଡ଼, କବିତା ମହାଙ୍କୁଡ଼, ରାଣୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରବି ନାରାୟଣ ଗୌଡ଼, ନାରାୟଣ ଗୌଡ଼, ଶ୍ରୀନିବାସ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe