କଳାହାଣ୍ଡି ଜିଲ୍ଲା ରେ ଏପରି ଚାଲିଛି ପ୍ରାଥମିକ ଶିକ୍ଷା : ସରକାରୀ ଛୁଟି ନଥାଇ ସ୍କୁଲ ବନ୍ଦ !!
( ତର୍ଜମା ନ୍ୟୁଜ )
ଜୟପାଟଣା:-----
ରାଜ୍ୟ ସରକାର ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ଶିକ୍ଷା କୁ ଆଖି ଆଗରେ ରଖି ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସରକାରୀ ନିୟମ କୁ ଉଲଗ୍ନ କରି ସରକାରୀ ଛୁଟି ନଥାଇ ସ୍କୁଲ ବନ୍ଦ ରହୁଛି। ଏହିଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ।ଜୟପାଟଣା ବ୍ଲକ ଅଧୀନରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତ କୋଟପାଡି ଗାଁର ପ୍ରାଥମିକ ବିଦ୍ୟାଳୟ ରେ ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ (ଶିକ୍ଷା) ଅର୍ଥାତ୍ ମୌଳିକ ଅଧିକାର କୁ ଛଡେଇ ନେବା ପାଇଁ ବସିଛନ୍ତି ଶିକ୍ଷୟତ୍ରୀ ମାନେ ଏହି ସରକାରୀ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଥିବା ବେଳେ ସର୍ବ ମୋଟ ୨୯ ଛାତ୍ର ଛାତ୍ରୀ ଓ ଦୁଇଟି ଶିକ୍ଷୟତ୍ରୀ ଥାଇ ମଧ୍ୟ ବିଦ୍ୟାଳୟରେ ତାଲା ପଡିଥିବା ଦୃଶ୍ୟ ଦେଖିବାକୁ ସାମ୍ନା କୁ ଆସୁଛି ।ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦେହ ଅସୁସ୍ଥ ଥିବା କାରଣ ଯୋଗୁଁ ଛୁଟି ରେ ଥିବା ଜଣାପଡିଛି। ହେଲେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଚାର୍ଜ ରେ ଥିବା ଆଉ ଜଣେ ମହିଳା ଶିକ୍ଷୟତ୍ରୀ ଯିଏ ଅଛନ୍ତି ସେ ଆଜି ବିଦ୍ୟାଳୟରେ ଉପସ୍ଥିତ ନ ଥିବା ଯୋଗୁଁ ତାଲା ବନ୍ଦ ପଡିଥିଲା।ସ୍କୁଲର ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ବିତିଯାଇଥିଲା କିନ୍ତୁ ସେଇ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ୁଥିବା ଶିକ୍ଷୟତ୍ରୀଙ୍କ କୌଣସି ଦେଖା ନଥିଲା ।ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍କୁଲ ଶିକ୍ଷା କମିଟିକୁ ଜଣାଇବାରୁ ଶିକ୍ଷା କମିଟି ସି.ଆର.ସି.ସି ଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ସି.ଆର.ସି. ସି ଆସି ସ୍କୁଲର ଚାବି ପାଇଁ ଶିକ୍ଷକଙ୍କ ଘରକୁ ଚାବି ନେଇ ଆସିଥିଲେ ମଧ୍ୟ ଶିକ୍ଷୟତ୍ରୀ ତାଙ୍କ ସାଙ୍ଗରେ ଆସିନଥିଲେ । ଏହି ବିଷୟ ରେ ଆମେ ସି.ଆର.ସି. ସି ପ୍ରତିକ୍ରିୟା ମାଗିବାରୁ ମାନ କରିଦେଇଥିଲେ ପରେ ଅନ୍ୟ ଏକ ବିଦ୍ୟାଳୟରୁ ଶିକ୍ଷୟତ୍ରୀ ଙ୍କୁ ଡକାଇ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢ଼ା ଆରମ୍ଭ କରାଯାଇ ଥିଲା। ଏହିଭଳି ଭାବରେ ଯଦି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ତିଆରି କରିବେ, ତେବେ ସରକାର ଯେଉଁ ଅର୍ଥ ରାଶି ବିନିଯୋଗ କରିବାର ଲାଭ କଣ ? ଗ୍ରାମବାସୀ ଙ୍କ ନିବେଦନ ଦେଖାଯାଉ ପ୍ରଶାସନ ଶିକ୍ଷୟତ୍ରୀଙ୍କ ଉପରେ କି ପ୍ରକାର ପଦକ୍ଷେପ ନେଉଛନ୍ତି ।



Post a Comment