ଚତୁର୍ଥ କଳାହାଣ୍ଡି ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ!!
ଭବାନୀ ପାଟଣା:---
( ତର୍ଜମା ନ୍ୟୁଜ )
ଚତୁର୍ଥ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ଉଦଘାଟିତ ହୋଇଯାଇଛି I କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଢ଼ୀ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ରହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳୀ ଶ୍ୟାମା ପ୍ରସାଦ ବାବୁ, ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଉପସଭାପତି ଅରୁଣ ରଥ ମଞ୍ଚରେ ଉପସ୍ଥିତ ରହିଥିବାବେଳେ କୋଷାଧ୍ୟକ୍ଷ୍ୟ ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିଲେ I ସର୍ବପ୍ରଥମେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା I ଏହାପରେ କୁନି ଖେଳାଳୀମାନଙ୍କ ଦ୍ୱାରା ଜିଲ୍ଲାପାଳ ତଥା ଅନ୍ୟମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା I ଏହାପରେ ନିମନ୍ତ୍ରିତ ଥିବା ସ୍ୱାଗତ ଆଇ ଟି ସି ର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ପଟ୍ଟନାୟକଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ସଭାପତି ପ୍ରଦୀପ ଦାସ ଉପଢୌକନ ଦେଇ ସମ୍ମାନିତ କରିଥିଲେ I ସଂଘ ତରଫରୁ ମା ମାଣିକେଶ୍ବରୀଙ୍କ ଏକ ଫୋଟଚିତ୍ର ମାନନୀୟI ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା I ସଭାପତି ପ୍ରଦୀପ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ଆଗାମୀ ଅକଟୋବର ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାପାଳଙ୍କୁ ଆବାହକ ରହିବାକୁ ପ୍ରସ୍ତIବରେ ସମସ୍ତେ କରତାଳି ଦେଇ ସ୍ୱାଗତ ଜଣାଇଥିଲେ I ସମ୍ପାଦକ ଶ୍ରୀଯୁକ୍ତ ମିଶ୍ର ସଂଘ ତରଫରୁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ I ଜିଲ୍ଲାପାଳ ମଧ୍ୟ ତାଙ୍କ ଅଭିଭାଷଣ ରେ ସଂଘର ସମସ୍ତ କର୍ମକର୍ତ୍ତା ତଥା ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସାଙ୍ଗେ କୋଚ କମିଟିର କର୍ମକର୍ତ୍ତା ଏବଂ କୁନି ଖେଳାଳିମାନଙ୍କ ସହ ଭାବ ବିନିମୟ କରିଥିଲେ I ଏବଂ ଆଗାମୀ ଦିନରେ ସଂଘ ତରଫରୁ ଆୟୋଜନ କରିବାକୁଥିବା ସମସ୍ତ କାର୍ଯ୍ୟକ୍ରମରେ ପ୍ରଶାସନ ତରଫରୁ ସମୁର୍ଣ୍ଣ ସହଯୋଗ ରହିବ ବୋଲି ବକ୍ତବ୍ୟ ରଖିଥିଲେ I ପରିଶେଷରେ ସଂଘର ବରିଷ୍ଠ ଉପସଭାପତି ସମୀର ସାହୁ ଧନ୍ୟବାଦ ପର୍ବ ରଖିଥିଲେ I ଏହାପରେ ଜିଲ୍ଲାପାଳ ମହୋଦୟା ନାଲିଫିତା କାଟି 3 ଦିନ ଧରି ହେବାକୁଥିବା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ I
ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଦୀପକ କୁମାର ସାଗର, ପରେଶ ପ୍ରଧାନ, ମାନସ ପ୍ରଧାନ, ମନୋଜ ପଣ୍ଡା, ହେମନ୍ତ ମିଶ୍ର, ନାଗେଶ୍ୱର ପଟ୍ଟନାୟକ, ସାଇ ସିଂ ସାମନ୍ତ, ମହେଶ କୁକରେଜା, ମାଣିକେଶ୍ବରୀ ମହାପାତ୍ର, ଜିତେନ୍ଦ୍ର ମିଶ୍ର, ନରେଶ ସୁନାନୀ, ପାର୍ଥବ ସାହୁ, ଶକ୍ତି ପ୍ରସାଦ ଯୋଶୀ, ଅରୁଣ କୁମାର ସାହୁ, ରାକେଶ ବେମାଲ, ଅନିଶ ହାଁସଦା, ଶିବାଶିଷ ବିଶି, ଅଶୋକ ପତି, ବସନ୍ତ ଦୋରା, ସନ୍ଦୀପ ଦାସ, ଚୁମକି ଭଞ୍ଜ , ତାପସ ମଲ୍ଲିକ, ତାପସ ସାହୁ, ସଞ୍ଜୟ ମଲ୍ଲିକ, ରବି ସାହୁ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ବିଭିନ୍ନ ଦାୟିତ୍ୱମାନ ନେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସୂଚନା ଥାଉକି ଯେ ଏହି ପ୍ରତିଯୋଗିତାଟି ଆସନ୍ତା 19-08-23 ରେ ଜାତୀୟ ଖେଳ ଦିବସ ଉପଲକ୍ଷେ ଉଦଯାପନ କରିବାର ଯୋଜନା ରହିଅଛି I
Post a Comment