//BREAKING//
Loading...

*ଚାଇନା ପତ୍ରିକା ରେଡିସନ ଅଫ ପୋଏଟ୍ରିରେ ସ୍ଥାନିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା*

 *ଚାଇନା ପତ୍ରିକା ରେଡିସନ ଅଫ ପୋଏଟ୍ରିରେ ସ୍ଥାନିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା*


 ( ତର୍ଜମା ବ୍ୟୁରୋ )


ଚାଇନାର ପ୍ରସିଦ୍ଧ ସାହିତ୍ୟ ପତ୍ରିକା ରେଡିସନ ଅଫ ଇଣ୍ଟରନେସନାଲ ପୋଏଟ୍ରିରେ ସ୍ଥାନିତ ହେଲା ଭାରତୀୟ କବି ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା କାଲି ଯାହା ସତ ଥିଲା ଆଜି ମିଛ,ଦ୍ରୁତ ଟ୍ରେନର ଗତି ଓ ଦିନେ ମୋତେ ବି ମରିବାର ଅଛି । ସୂଚନା ଯୋଗ୍ୟ ଯେ, ଉକ୍ତ ପତ୍ରିକା ଚାଇନାର ମୁଖ୍ୟ ଧାରାର ପତ୍ରିକା । ଏହାର ସମ୍ପାଦନା କରିଛନ୍ତି ଡ଼.ଜାଙ୍ଗ ଜି । ଜଣେ ଚାଇନାର ବିଖ୍ୟାତ କବି ତଥା ସମ୍ପାଦକ । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ,ପୋଲିସ,ସ୍ପେନିସ,ଆଳବାନିୟନ, ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳିଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି ଏବଂ ତାଙ୍କ ବହୁ ଚର୍ଚ୍ଚିତ ଳକଡାଉନ ପୁସ୍ତକ ସଂକଳନ ୪ଟି ବିଦେଶୀ ଭାଷା ଯଥା, ଇଟାଲୀ, ଜର୍ମାନି, ଫ୍ରାନ୍ସ ଓ ଫିଲିସ୍ତିନି ରେ ପୁସ୍ତକ ପ୍ରକାଶିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ  କବିତା ପୁନଃ ଚାଇନା ପତ୍ରିକାରେ ପ୍ରକାଶିତ ହେବା ଏକ ଗର୍ବର ବିଷୟ ଅଟେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe