//BREAKING//
Loading...

*ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ !!!

 *ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ !!!



ଭବାନୀ ପାଟଣା:---

( ତର୍ଜମା ନ୍ୟୁଜ )


କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚତୁର୍ଥ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି।

ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ସମ୍ପୂର୍ଣ କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା।ଉକ୍ତ ଉତ୍ସବ ରେ ଭବାନୀପାଟଣା ପୋୖରାଧ୍ୟକ୍ଷା ମା  ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଓ  ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଓ ସ୍ଥାନୀୟ କାଉନସିଲର ପ୍ରମିତ ସିଂ ଯୋଗ ଦେଇଥିଲେ।ଏହାପରେ ସମସ୍ତ ବିଭାଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା। ୧୧ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଭିଭାନ ବୈଭବ ସାହୁ ଚାମ୍ପିଅନ ଓ ପିୟୁସ ବାଗ ରନର୍ସ,୧୩ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ସ୍ୱସ୍ତିକ ପଣ୍ଡା ଚାମ୍ପିଅନ ଓ ଯସକରଣ ସିଂ ରନର୍ସ ଓ ୧୩ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ ର ଦିଗବିଜୟ ସିଂ ଓ ଚନ୍ଦ୍ରଶେଖର ଶର୍ମା ଚାମ୍ପିଅନ ଓ ଭବାନୀପାଟଣା ର ସ୍ୱସ୍ତିକ ପଣ୍ଡା ଓ ଯସକରଣ ସିଂ ରନର୍ସ, ୧୭ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଆୟୁଷମାନ ମୁନି ଚାମ୍ପିଅନ ଓ ଜୁନାଗଡ଼ ର ମାନବ ନାଏକ ରନର୍ସ, ୧୭ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଭାରତ ସୁନାନୀ ଓ ନୟନ ସୁନାନୀ ଚମ୍ପିୟାନ ଓ ଧର୍ମଗଡ଼ର ସୌରଭ ସେଠିଆ ଓ ସୁଧୀର ନିଆଲ  ରନର୍ସ, ପୁରୁଷ ବିଭାଗ ଏକକ ପ୍ରତିଯୋଗିତାରେ ଭବାନୀପାଟଣା ର ଦେବଦତ୍ତ ବାଣୁଆ ଚମ୍ପିୟାନ ଓ ଅର୍ପିତ ପଣ୍ଡା ରନର୍ସ, ପୁରୁଷ ବିଭାଗ ଯୁଗଳ ପ୍ରତିଯୋଗିତାରେ ଭବାନୀପାଟଣା ର ଦେବଦତ୍ତ ବାଣୁଆ ଓ ସିବାଶିଷ ବିଶି ଚାମ୍ପିଅନ, ଅବିନାଶ ବାବୁ ଓ ଅନିସ ହାସଦା ରନର୍ସ,ମହିଳା ବିଭାଗରେ ଜୁନାଗଡ଼ର ଚୁମକି ଭଞ୍ଜ ଚାମ୍ପିଅନ ଓ ପ୍ରଜ୍ଞା ପରିମିତା ସୋନି ରନର୍ସ,ମିଶ୍ରିତ ଯୁଗଳ ରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ପ୍ରମିଳା ଶବର ଚାମ୍ପିଅନ ଓ ଜୁନାଗଡ଼ର ନରେଶ୍ୱର ସୁନାନୀ ଓ ଚୁମକି ଭଞ୍ଜ 

 ରନର୍ସ,୩୫ ବର୍ଷ ରୁ ଅଧିକ ପୁରୁଷ ବିଭାଗର ଯୁଗଳ ରେ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ଚାମ୍ପିଅନ ଓ ଭବାନୀପାଟଣା ର ସନ୍ଦିପ ଦାସ ଜୁନାଗଡ଼ ର ନରେଶ୍ୱର ସୁନାନୀ ରନର୍ସ ହୋଇଛନ୍ତି।

ସମସ୍ତ କୃତି ଖେଳାଳିମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ଆସିଥିବା କ୍ରୀଡା ଶିକ୍ଷକ ଓ ରାଜ୍ୟ ସଂଘ ଅନୁମୋଦିତ ବୈଷୟିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।ଏହି ପୁରସ୍କାର ବିତରଣ ଉତ୍ସବ ରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସମୀର କୁମାର ସାହୁ ପ୍ରତିଯୋଗିତାର ମୁଖ୍ୟ ରେଫରି ଭାବେ କାର୍ଯ୍ୟ ତୁଲାଇଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ଦୀପକ ସାଗର କୁମାର, ଜିତେନ୍ଦ୍ର ମିଶ୍ର,ରାକେଶ ବେମାଲ,ଅନିସ ହାସଦା,ସୁମନ ପାଣିଗ୍ରାହୀ ।ସମସ୍ତ କାର୍ଯ୍ୟକ୍ରମକୁ ସାଙ୍ଗଠନିକ ସମ୍ପାଦକ ସରୋଜ ମହରଣା ସଂଘର କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱମାନ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂଘ ର ସଭାପତି ପ୍ରଦୀପ ଦାସ, ଉପସଭାପତି ଅରୁଣ ରଥ ରାଜ୍ୟ ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ,ସନ୍ଦିପ ମିଶ୍ର, ପୂର୍ବତନ ସଭାପତି ଶ୍ୟାମାପ୍ରସାଦ ବାବୁ,ଭେଟେରାନ ଖେଳାଳି ଭୀମସେନ ସାହୁ ଉପସ୍ଥିତ ଥିଲେ।ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଦାୟିତ୍ୱ ନେଇ ସୁଚାରୁ ରୁପେ କରିଥିବାରୁ ସାଇ କୁମାର ସିଂ ସାମନ୍ତ ଙ୍କୁ ଉତ୍ତମ ସ୍ବେଛାସେବୀ ଭାବରେ ସମ୍ମାନିତ କରାଯାଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe