କୁଟ୍ରୁଖମାର ଉଚ୍ଚ ବିଦ୍ୟାଳୟରେ ଲେଖକ କଳା ପରିଷଦର ଗଙ୍ଗାଧର ମେହେର ଜୟନ୍ତୀ
(ବିଶ୍ୱ ଦେଖ ମଧୁମୟ କାର୍ଯ୍ୟକ୍ରମ)
(ତର୍ଜମା ନ୍ୟୁଜ)
ଭବାନୀ ପାଟଣା:---
ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଵଭାଵ ସିଦ୍ଧ ଶବ୍ଦ ପୁରୁଷ ହେଉଛନ୍ତି ସ୍ଵଭାଵ କବି ଗଙ୍ଗାଧର ମେହେର । ସେ ବାସ୍ତବରେ ଶ୍ରାବଣ ରାତିର ଚନ୍ଦ୍ରମା । ଯଥାର୍ଥରେ ସେ ତପସ୍ୱିନୀର ତପସ୍ବୀ । କଳାହାଣ୍ଡି ଲେଖକ କଳା ପରିଷଦ ଓ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ, କୁଟ୍ରୁଖମାର ର ମିଳିତ ଆନୁକୂଲ୍ୟରେ ବିଦ୍ୟାପୀଠ ପରିସରରେ "ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ"ପାଳନ ଅବସରରେ ଅତିଥିଗଣ ଏଭଳି ମତବ୍ୟକ୍ତ କରିଥିଲେ । ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା, ମୁଖ୍ୟ ବକ୍ତା ଭାବେ ଡ. ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଓ ପରିଚାଳନା ସମିତିର ସଭାପତି ରୁକଧର ମାଝୀ ମଂଚାସୀନ ହୋଇଥିଲେ । ପରିଷଦ ସମ୍ପାଦକ ଭବନାଥ ରାୟଗୁରୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ସ୍ୱାଗତ ଗୀତ ପରିବେଷଣ କରିଥିବାବେଳେ କଳା ପରିଷଦ ପରିଚାଳିତ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀଗଣଙ୍କ ଚିତ୍ତକର୍ଷକ ମେହେର ସଂଗୀତ ପରିବେଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଡ. ଦାଶରଥି ଆଚାର୍ଯ୍ୟ ସ୍ଵଭାଵ କବିଙ୍କ କାବ୍ୟ ଦର୍ଶନ ଉପରେ ଆଲୋଚନା କରିଥିଲେ । ଏଇ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ଗୁରୁଶ୍ରୀ ସୁଧୀର ଚନ୍ଦ୍ର ପଣ୍ଡାଙ୍କ ସ୍ୱର ସଂଯୋଜନାରେ ଚିତ୍ତ ରଞ୍ଜନ ପଣ୍ଡା, ନରେନ୍ଦ୍ର ପଣ୍ଡା ଓ ତାପସ ପଟେଲ ବାଦ୍ୟଯନ୍ତ୍ରରେ ଥିବାବେଳେ ଶିଳ୍ପୀ ଲିପ୍ସା ମହାରଣା, ବୈଷ୍ଣବୀ ପଲକ, କାଜଲ ମହାରଣା, ଚିନ୍ମୟୀ ବୈଠାରୁ, ନିକିତା ମିଶ୍ର, ଆଲୋକ ସାହୁ ଓ ଶେଖର ମିଶ୍ର କଣ୍ଠଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥିବ ଖଡ଼ିକାର ଧନ୍ୟବାଦ ଅର୍ପଣ କରିଥିଲେ | ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ଗୋପାଳ ସାହୁ, ସୋହନଲାଲ ଅଗ୍ରୱାଲ, ଭାଗିରଥି ବେହେରା, ଭୀମସେନ ସାହୁ ତଥା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବାବେଳେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ |
Post a Comment