ତର୍ଜମା ନ୍ୟୁଜ ର ପ୍ରଭାବ:
କଲମପୁର କେନ୍ଦ୍ର ବିଦ୍ୟାଳୟ ମୂଖ୍ୟ ଫାଟକ ସମ୍ମୁଖରେ କାଦୁଅ, ଛାତ୍ରଛାତ୍ରୀ ଅପଦସ୍ତ, ପ୍ରଶାସନ ନିରବ ପ୍ରସଙ୍ଗ, ଖବର ପ୍ରଶାରଣ ପରେ ତତ୍ପରତା,
କଲମପୁର:----------(ତର୍ଜମା ନିୟୁଜ)
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ସଦର ମହକୁମା ମୂଖ୍ୟ ବଜାର ଓ କେନ୍ଦ୍ର ବିଦ୍ୟାଳୟ ସମ୍ମୁଖରେ କାଦୁଅ ଯୋଗୁଁ ଜନସାଧାରଣ ସମେତ ଛାତ୍ରଛାତ୍ରୀ ନାନାଦି ପ୍ରକାର ଅସୁବିଧା ଭୋଗୁଥିବା ଖବର ତର୍ଜମା ନିୟୁଜରେ ପ୍ରଥମେ ପ୍ରଶାରିତ ହୋଇଥିଲା ।ଖବର ପ୍ରଶାରଣ ପରେ ବିଭାଗୀୟ ସ୍ତରରେ ତତ୍ପରତା ପ୍ରକାଶ ପାଇଛି,ବିଡିଓ ବିଜୟ କୁମାର ମାଡାଙ୍ଗି କଲମପୁର ସରପଞ୍ଚଙ୍କୁ ତୁରନ୍ତ କାଦୁଅ ହେଉ ଥିବା ସ୍ଥାନରୁ କାଦୁଅ ବାହାର କରି ସେହି ସ୍ଥାନରେ ପଥର ଗୁଣ୍ଡ ପକାଇ ସମତୁଳ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷେ ଏଥିପାଇଁ ଯୋଜନା ପ୍ରଣୟନ କରାଯାଇ ଅନୁମୋଦନ ପାଇଁ ପଠାଯାଇଛି, ଅର୍ଥ ମଞ୍ଜୁର ହୋଇ ଆସିଲେ ସ୍ଥାୟୀ ଭାବେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ଏଥିପାଇଁ ଅଭିଯୋଗକାରି ମାନେ ଆସନ୍ତା ୭ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଖବର ପ୍ରସାରିତ ହେବା ପରେ ବିଡ଼ିଓଙ୍କ ପରାମର୍ଶ ପୂର୍ବରୁ ସରପଞ୍ଚ ଦୁଇ ଟ୍ରାକ୍ଟର ପଥର ଗୁଣ୍ଡ ଆଣି କାଦୁଅ ସ୍ଥାନରେ ପକାଇ ଲୋକଙ୍କ ରୋଷରୁ ବର୍ତିବାକୁ ଉଦ୍ୟମ କରିଛନ୍ତି । ହେଲେ ୭ ଦିନ ମଧ୍ୟରେ ପ୍ରଶାସନ ଏହି ପ୍ରମୁଖ ସମସ୍ୟା ଦୂରୀଭୂତ କରି ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
Post a Comment