ଜୟପୁର ରେ ସ୍ୱର ଘୁଙ୍ଗୁର ପକ୍ଷରୁ ସ୍ୱର ସମ୍ରାଟ କିଶୋର କୁମାର ଙ୍କ 94 ତମ ଜନ୍ମ ଦିବସ ପାଳନ !!!
ଜୟପୁର:-----
(ତର୍ଜମା ବ୍ୟୁରୋ ନ୍ୟୁଜ )
ଭାରତର ବିଖ୍ୟାତ ଗାୟକ ସ୍ବର୍ଗତ କିଶୋର କୁମାର ଜୀ ଙ୍କ ୯୪ ତମ ଜନ୍ମ ଦିବସ ଉପଲକ୍ଷେ ଜୟପୁର ର ସ୍ୱର ଘୁଙ୍ଗୁର ଅନୁଷ୍ଠାନ ଦ୍ୱାରା କିଶୋରଜୀ ଚିର ଅମର ଗୀତ ଗୁଡିକୁ ନେଇ ସ୍ୱତନ୍ତ୍ର ସଂଗୀତ ବିଚିତ୍ରା " କ୍ରେଜି ଫୋର କିଶୋର" କାର୍ଯ୍ୟକ୍ରମ, ମାଦଳା ସାହିସ୍ଥ ଗୀତାଞ୍ଜଳି ମଣ୍ଡପ ରେ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟିକୁ ଗତ ଚାରି ଦିନ ତଳେ ପରଲୋକ ପ୍ରାପ୍ତ ହୋଇଥିବା ବିଶିଷ୍ଠ କଳାକାର ସ୍ବର୍ଗତ ସୋମନାଥ କେଲାଡି ଙ୍କୁ ସମର୍ପିତ କରାଯାଇଥିଲା l
କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀମତୀ ବିନୋଦିନୀ ସାନ୍ତ୍ରାପାତ୍ର, ଶ୍ରୀବିଜୟ କୁମାର ସାମନ୍ତରାୟ, ଶ୍ରୀହିମାଂଶୁ ମହାପାତ୍ର, ଶ୍ରୀ ଶ୍ରୀନିବାସ ପଟନାୟକ, ଶ୍ରୀ ଦୁର୍ଗା ଶଙ୍କର ସାହୁ, ଶ୍ରୀବିଷ୍ଣୁ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ଏହାପରେ ସ୍ବର୍ଗତ ସୋମନାଥ କେଲାଡି ଙ୍କ ଜୀବନୀ ଉଦଘୋଷାକ ଶ୍ରୀ ରଘୁନାଥ ବିଶ୍ୱାଳ ପାଠ କରି, ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏବଂ ତାଙ୍କୁ ସମର୍ପିତ କରି ଶ୍ରୀ ରାହୁଲ ଦେବ ସାମନ୍ତରାୟ ସେକ୍ସାଫୋନ ରେ " ଓ ସାଥୀ ରେ ତେରେ ବିନା କ୍ୟା ଜିନା " ବଜେଇଥିଲେ l
ଏହାପରେ "କୋରା କାଗଜ ଥା ୟେ ଦିଲ ମେରା.." ର ଯୁଗଳ ବନ୍ଦୀ ଧୁନ କୁ ବଂଶୀରେ ଶ୍ରୀ ଧିରେନ ମୋହନ ପଟନାୟକ ଏବଂ ଏବଂ ସେକ୍ସାଫୋନ ରେ ଶ୍ରୀ ରାହୁଲ ଦେବ ସାମନ୍ତରାୟ ବଜାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l
ଏଥିରେ ପଦ୍ମନ ଗୌଡ଼, ଅଭୟ ମିଶ୍ର, ସେଣ୍ଟ ଯାଭିୟାର ଗ୍ରୁପ ଅଫ ସ୍କୁଲସ ର ମୁଖ୍ୟ ଶ୍ରୀନିବାସ ପଟନାୟକ,ଦିବାକର ପଟନାୟକ, ଲିପ୍ସା ନାୟକ, ଅସ୍ମିତା ଷଡ଼ଙ୍ଗୀ, ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା, ସଂଗୀତା ପାଢ଼ୀ, ପ୍ରଭାକର ପଟନାୟକ, ଏମ. ସତ୍ୟମ, କୁରବାନ ଅଲ୍ଲୀ, ନିହାର ପଟନାୟକ ପ୍ରମୁଖ କଣ୍ଠଶିଳ୍ପୀ ମାନେ କିଶୋର କୁମାର ଗାଇଥିବା ଅନେକ ଗୀତ ରୁ "ଦିଲ ଐସା କିସିନେ ମେରା ତୋଡ଼ା....,, ଜିନ୍ଦେଗି ଏକ ସଫର, ହେ ସୁହାନା..., ଓ ମେରେ ଦିଲ କି ଚେନ..., ହାମେଁ ତୁମସେ ପ୍ୟାର କିତନା..., ସାରା ଜମାନା ହସିନୋ କା ଦିୱାନା..., ଅବ କେ ସାବନ ମେ ଦିଲ ଡରେ..., ପ୍ୟାର ମେ ଦିଲ ପେ ମାରଦି ଗୋଲି..., ହାଲ କ୍ୟା ହେ ଦିଲୋ କା..., ମଞ୍ଜିଲେ ଅପନି ଜାଗା ହେ... ଜାନୁ ମେରୀ ଜାନ.. ଭଳି ଅନେକ ଗୀତ ଗାଇ ଉପସ୍ଥିତ ଦର୍ଶକ, କଳାକାର ଏବଂ ବୁଦ୍ଧିଜୀବୀଙ୍କୁ ଭରପୁର ଆନନ୍ଦ ଦେଇଥିଲେ l
ଯନ୍ତ୍ର ଶିଳ୍ପୀ ଭାବରେ ସହାୟତା କରିଥିଲେ ସର୍ବଶ୍ରୀ ମହେଶ୍ୱର ନାୟକ, ପଞ୍ଚମ ସାମନ୍ତରାୟ, ସୁକୁମନ ଶଗଡିଆ, ଉମେଶ ପାଣିଗ୍ରାହୀ, କୁଞ୍ଜ ସିଂହ, ଝୁଲୁ ମିଶ୍ର, ଭରତ ପୂଜାରୀ, ପିୟୁଷ ପଟନାୟକ, ତୁଷାର ବେହେରା, ଆଶିଷ ପଟନାୟକ l ଶ୍ରୀ ଧିରେନ ପଟନାୟକ ଏବଂ ଶ୍ରୀ ବାଦଲ ସାନ୍ତ୍ରାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସୁଶ୍ରୀ ସଂଗୀତା ଗୀତ ଗାଇବା ସହ ଉଦଘୋଷିକାର ଦାୟିତ୍ୱ ନିର୍ବାହ କରିଥିଲେ l
ଏଭଳି କାର୍ଯ୍ୟକ୍ରମ ସବୁ ବେଳେ ସ୍ୱର ଘୁଙ୍ଗୁର ଆୟୋଜନ କରୁଥିବାରୁ ଉପସ୍ଥିତ ଦର୍ଶକ ଭୁରି ଭୁରି ପ୍ରଶଂସା କରୁଥିଲେ l
Post a Comment