//BREAKING//
Loading...

ଟାଉନ ଥାନା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଧନା ଉତ୍ସବ !!

 ଟାଉନ ଥାନା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଧନା ଉତ୍ସବ !!










ଭବାନୀ ପାଟଣା:---

 ( ତର୍ଜମା ନ୍ୟୁଜ )

 ଆଜି ଟାଉନ ଥାନା ଅଭ୍ୟର୍ଥନା ଗୃହରେ ନୂଆପଡ଼ା ଜିଲ୍ଲାକୁ ବଦଳି ହୋଇ ଯାଉଥିବା ଟାଉନ ଥାନା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଧାରୁଆ ଙ୍କୁ କଳାହାଣ୍ଡି ସାମ୍ବାଦିକ ୟୁନିୟନ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଧନା   ଉତ୍ସବ ଅନୁଷ୍ଠିତ ହୋଇ ଥିଲା । ୟୁନିୟନ ସଭାପତି ମହମ୍ମଦ ଅଲ୍ଲୀ ଖାଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଶ୍ରୀ ପ୍ରଦୀପ କୁମାର ଧାରୁଆ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ କଳାହାଣ୍ଡି ର ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀ ଙ୍କ ଏକ ଫୋଟୋ ଚିତ୍ର ଶ୍ରୁତି ପ୍ରଦାନ କରାଯାଇଥିଲା । ଦୀର୍ଘ ଛଅ ବର୍ଷ ରୁ ଅଧିକ କାଳ କୋକସରା, ସଦର ଥାନା ଓ ଟାଉନ ଥାନା ନିଜର କର୍ମ ଭୂମି ରେ ସାଧାରଣ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିବା ଶ୍ରୀ ଧାରୁଆ ଭାବ ବିହ୍ୱଳ ହୋଇ ନିଜର କର୍ମ ଭୂମି ପ୍ରତି କର୍ତ୍ତବ୍ୟ, ଗୁରୁ ଦାୟୀତ୍ବ ଓ  ସାଧାରଣ ବର୍ଗ ଙ୍କ ପ୍ରତି ପୋଲିସ ର ଗୁରୁଦାୟିତ୍ଵ ପ୍ରତି ସଚେତନ ରହି, ନିଷ୍ଠାପର ଭାବେ କାର୍ଯ୍ୟ କରିଛି ଓ ଭଗବାନ ତଥା କଳାହାଣ୍ଡି ମାଟିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀ ଙ୍କ ଅପାର କୃପା ବଳ ରେ ଲୋକଙ୍କ ସେବା କରିବାରେ ସଫଳ ହୋଇଛି କି ନାହିଁ ସାଧାରଣ ବର୍ଗ ତାର ଆକଳନ କରିବେ ବୋଲି ପ୍ରକାଶ କରି ଯେତେ ଦୂର ରେ ଥିଲେ ମଧ୍ୟ କଳାହାଣ୍ଡି ମାଟି  ଓ ନ୍ୟାୟ ପାଇବା ଅପେକ୍ଷା ରେ ଥିବା ସାଧାରଣ ଲୋକ ଚିର ଦିନ ମୋ ହୃଦୟ ଭିତରେ ରହିବେ ବୋଲି ପ୍ରକାଶ କରିଥିଲେ । ଏଥିସହ କଳାହାଣ୍ଡି ଜିଲ୍ଲାର ସମସ୍ତ ବର୍ଗଙ୍କ  ବ୍ୟକ୍ତିଗତ ଭାବେ   ମୋ ପ୍ରତି ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ, ଓ ବିଶ୍ୱାସ ପାଇଁ ଚିର ଦିନ ପାଇଁ  ହୃଦୟ ଭିତରେ ରହି ପ୍ରେରଣା ଯୋଗାଇ ଥିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସାମ୍ବାଦିକ, ବିକାଶ ଷଢ଼ଙ୍ଗି, ତୁଲମନି ନାଗ, ଅମିତ୍ ଅଗ୍ରୱାଲ, ଦୁଃଖୀ ଶ୍ୟାମ ପ୍ରଧାନ,( ବାଚୁ) ମଧୁ ସୁଦନ ମହାପାତ୍ର , ସଂଗ୍ରାମ ପାତ୍ର, ଲକ୍ଷ୍ମୀକାନ୍ତ ବାଗ, ଛାୟା କାନ୍ତ ନାଏକ, ଶିବ ନାଏକ, ରାଜେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe