//BREAKING//
Loading...

PET ମାନଙ୍କୁ ନେଇ 4 ଦିନିଆ ବ୍ୟାଡ଼ମିଣ୍ଟନ ତାଲିମ ଶିବିର ଅନୁଷ୍ଠିତ !!

 PET ମାନଙ୍କୁ ନେଇ 4 ଦିନିଆ ବ୍ୟାଡ଼ମିଣ୍ଟନ ତାଲିମ ଶିବିର ଅନୁଷ୍ଠିତ !!


ଭବାନୀ ପାଟଣା:----

( ତର୍ଜମା ନ୍ୟୂଜ୍)


ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଅଛି I କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଶିବିରଟିକୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଦଘାଟନ କରିଥିବାବେଳେ ସଂଘର କୋଷାଧ୍ୟକ୍ଷ ସରୋଜ ମହାରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ବରିଷ୍ଠ ଉପସଭାପତି ସମୀର ସାହୁ, ଅନ୍ୟତମ ଉପସଭାପତି ଅରୁଣ ରଥ, ଯୁଗ୍ମ ସମ୍ପାଦକ ଦୀପକ କୁମାର ସାଗର, ମହେଶ କୁକରେଜା, ଅରୁଣ କୁମାର ସାହୁ, ମାନସ ପ୍ରଧାନ, ରବି ସାହୁ, ଶକ୍ତି ପ୍ରସାଦ ଯୋଶୀ, ସାଇ ସିଂ ସାମନ୍ତ, ରାହୁଲ ଗିଲ, ଲିପୁନ ଦତ୍ତ, ରାକେଶ ବେମାଲ ଉପସ୍ଥିତ ରହିଥିଲେ I

      ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ PET ମାନେ ଯୋଗ ଦେଇଥିଲେ I ସେମାନଙ୍କୁ ସଂଘରେ ଥିବା ସ୍ୱୀକୃତିପ୍ରାପ୍ତ TOs( technical officials ବା umpires) ମାନେ ବ୍ୟାଡ଼ମିଣ୍ଟନ ର ମୁଖ୍ୟ ନିୟମାବଳୀ ବାବଦରେ ଶିକ୍ଷାଦାନ କରିବେ I ଯଦ୍ୱାରା ପରବର୍ତ୍ତୀ ସମୟରେ ସେହି PET ମାନଙ୍କୁ ଜିଲ୍ଲାରେ ବିଭିନ୍ନ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ମାନଙ୍କରେ ନିୟୋଜିତ କରିବା ସଙ୍ଗେ ଜିଲ୍ଲାରେ ହଜାର ହଜାର ବିଦ୍ୟାର୍ଥୀ ମାନଙ୍କୁ ସେମାନଙ୍କ ଜରିଆରେ ବ୍ୟାଡ଼ମିଣ୍ଟନ ଖେଳ ବାବଦରେ ପ୍ରଶିକ୍ଷଣ ଦେଇହେବ, ଯାହାଫଳରେ ଜିଲ୍ଲାରେ ଆଗାମୀ ଦିନ ମାନଙ୍କରେ ବ୍ୟାଡ଼ମିଣ୍ଟନର ସାମଗ୍ରିକ ବିକାଶ ହୋଇପାରିବ ବୋଲି ସଂଘର  ସଭାପତି  ଶ୍ରୀ ପ୍ରଦୀପ କୁମାର ଦାସ ମତବ୍ୟକ୍ତ କରିଥିଲେ ଏବଂ ଏହି ମଞ୍ଚ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରୁଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି I ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ତାଙ୍କ ଅଭିଭାଷଣରେ ସଂଘର ନେତୃତ୍ୱରେ ଜିଲ୍ଲାରେ ବ୍ୟାଡ଼ମିଣ୍ଟନର ଉଜ୍ଜଳ ଭବିଷ୍ୟତ କାମନା ରଖିଥିଲେ I ସୂଚନାଥାଉକି ସଂଘ ତରଫରୁ ଜିଲ୍ଲାରେ ସର୍ବମୋଟ ଦଶଜଣ ସ୍ୱୀକୃତିପ୍ରାପ୍ତ TOs ଅଛନ୍ତି I ଏହାପରେ ଉପସ୍ଥିତ ଥିବା ସମସ୍ତ PET ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା Tସାର୍ଟ ବଣ୍ଟନ କରାଯାଇଥିଲା I ପରିଶେଷରେ ସମ୍ପାଦକ ଶ୍ରୀମିଶ୍ର ଧନ୍ୟବାଦ ଅଭିଭାଷଣ ରଖିଥିଲେ I

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe