ଅବକାରୀ ବିଭାଗର ମାରାଥନ ଚଢାଉ :96 ଲିଟର ମୃତ ସଂଜୀବନୀ ଜବତ 4 ଗିରଫ!!
ଜୟ ପାଟଣା :----
( ତର୍ଜମା ବ୍ୟୁରୋ ନ୍ୟୁଜ )
ଦୁଇଦିନ ତଳେ କେସିଙ୍ଗା ଥାନା ଅଧୀନରେ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରି କିଙ୍ଗ ପିନ୍ ପ୍ରକାଶ ନାଏକ କୁ ଅବକାରୀ ବିଭାଗ ଗିରଫ କରିବା ସହ ବିପୁଳ ପରିମାଣ ର ସ୍ପିରିଟ, ନକଲି ଠିପି , ବୋତଲ ଜବତ କରିଥିବା ବେଳେ ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ କରିଛି ଅବକାରୀ ବିଭାଗ ଓ 4 ଜଣ ଗିରଫ ଙ୍କୁ ଗିରଫ କରିବା ରେ ସଫଳ ହୋଇଛି ।ଗତ ୦୭.୦୯.୨୦୨୩ ଋଖ ଦିନ ଜୟପାଟଣା ଥାନା ଅନ୍ତର୍ଗତ ଏକତାଗୁଡା , ଜୟପାଟଣା, ଚିଚେଗୁଡା , ଜୁନାପାଣି ଅଞ୍ଚଳରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ଦ୍ଵାରା ଅଚାନକ ଚଢାଉ କରାଯାଇ ୨୫୭ ଟି ମୃତ ସଞ୍ଜିବନୀ ବୋତଲ ଜବତ କରାଯାଇଛି । ୯ ଟି କାର୍ଟୁନରେ ଭର୍ତ୍ତି ହୋଇଥିବା ୯୬ ଲିଟର ମୃତ ସଞ୍ଜିବନୀ ବୋତଲ କୁ ଜବତ କରାଯାଇଛି । ଏ ବାବଦରେ ୪ ଜଣଙ୍କୁ ଗିରଫ କରାଯାଇଛି । ଔଷଧ କାର୍ଯ୍ୟରେ ବ୍ୟବହୃତ ମୃତ ସଞ୍ଜିବନୀକୁ ଚୋରାରେ ଆଣି ନିଶା ଦ୍ରବ୍ୟ ଭାବେ ବିକ୍ରି କରୁଥିବାରୁ ଏହି ମଦ ବେପାରୀଙ୍କୁ ଗିରଫ କରାଗଲା ।
ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଭାରପ୍ରାପ୍ତ ଏସ.ଆଇ. ପି.ଭି. ରାଓଙ୍କ ତତ୍ତ୍ବାବଧାନରେ ହୋଇଥିବା ଚଢାଉରେ ଅବକାରୀ ଏ.ଏସ.ଆଇ. ଯୋଗେଶ୍ଵରୀ ନାୟକ , କନଷ୍ଟେବଲ ମହାଦେବ ମାଝୀ , ଭାନୁ ମାଝୀ , ଦୀପ୍ତି ରଞ୍ଜନ ସାହୁ ସାମିଲ ଥିଲେ ।



Post a Comment