//BREAKING//
Loading...

ନର୍ଲା ରେ ଅଦିନିଆ ଅଣ୍ଡା ବୃଷ୍ଟି -- ବିଧାୟକ ଭୁପିନ୍ଦର ସିଂ ଓ ଦିବ୍ୟଶଙ୍କର ମିଶ୍ର ଙ୍କ ଗାଡ଼ିକୁ ଅଣ୍ଡାମାଡ !!

 


ନର୍ଲା :-----(ତର୍ଜମା ବ୍ୟୁରୋ ନ୍ୟୁଜ ) ନର୍ଲା ବିଧାୟକ ଭୁପିନ୍ଦର ସିଂ ଓ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଗାଡ଼ି ଉପରେ ଅଦିନିଆ ଅଣ୍ଡାମାଡ ହେବା ଘଟଣା ରାଜନୈତିକ ମହଲ ରେ ଆଲୋଡନ ସୃଷ୍ଟି କରିଛି। ନିର୍ବାଚନୀ ଘୋଷଣା ପୂର୍ବରୁ ପୋଲିସର ଉପସ୍ଥିତିରେ ଦୁଇ ନେତାଙ୍କ ଗାଡ଼ି ଉପର କୁ ଅଣ୍ଡା ବୃଷ୍ଟି କରିଛନ୍ତି ନର୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର କାର୍ଯ୍ୟକର୍ତ୍ତା ଓ କର୍ମୀ। ଆଜି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ଭବନ ପରିସରରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ ହୋଇଥିଲା। 


ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରମୁଖ ଅତିଥି ଭାବେ ଆସି ପହଞ୍ଚିଥିଲେ। ପ୍ରଥମେ ନର୍ଲା ବିଧାୟକଙ୍କ ଗାଡ଼ି ଉତ୍ସବ ସ୍ଥଳ ନିକଟବର୍ତ୍ତୀ ହୋଇଥିଲା। ନର୍ଲା ବିଧାୟକଙ୍କୁ ପାଛୋଟି ଆଣିବା ପାଇଁ ଶିକ୍ଷକ ସଂଘର ସଦସ୍ୟମାନେ ଯିବା ସମୟରେ ତାଙ୍କ ଗାଡ଼ି ଉପରେ ଅଣ୍ଡାମାଡ ହୋଇଥିଲା। ଏହାପରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଆସି ପହଞ୍ଚିଥିଲା। ଏହି ସମୟରେ ମଧ୍ୟ ଯୁବ କଂଗ୍ରେସ ଅଣ୍ଡା ଓ କାଦୁଅ ମାଡ଼ କରିବାସହ କଳା ପତାକା ପ୍ରଦର୍ଶନ କରିଥିଲେ। ଦେଖନ୍ତୁ exclusive ରିପୋର୍ଟ।

 ତର୍ଜମା ବ୍ୟୁରୋ ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe