ଜୟପୁର:---------- (ତର୍ଜମା ବ୍ୟୁରୋ ନ୍ୟୁଜ ) ରାଜ୍ୟ ସରକାର ନିଜ କୋଷାଗାର ମାଧ୍ୟମରେ ସ୍ଵୀକୃତି ପ୍ରାପ୍ତ ବ୍ୟକ୍ତି ମାନଙ୍କ ଜରିଆରେ ସ୍ୱତନ୍ତ୍ର ଆଡିସିଭ ଷ୍ଟାମ୍ପ, ନନ୍ ଜୁଡିସିଆଲ୍ ଷ୍ଟାମ୍ ଏବଂ ପେପର ଆବଶ୍ୟକ ପଡୁଥିବା ବ୍ୟକ୍ତି ମାନଙ୍କୁ ବିକ୍ରି କରିବା ପାଇଁ ଦିଅନ୍ତି। ଏଥ୍ ପାଇଁ ସ୍ୱୀକୃତି ପ୍ରାପ୍ତ ଭେଣ୍ଡେରଙ୍କୁ କମିସନ ମଧ୍ଯ ଦିଅନ୍ତି। ଜୟପୁର ସହରରେ ଷ୍ଟାମ୍ ଏବଂ ଛୋଟ ବଡ଼ ମୂଲ୍ୟର ଷ୍ଟାମ୍ପ୍ ପେପେର ଗୁଡିକ ସରିଯାଇଥବା ଦର୍ଶାଇ ଚଢା ଦରରେ ବିକ୍ରି କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଅଗଷ୍ଟ ମାସ ଶେଷ ସପ୍ତାହରେ କୋଷାଗାରରୁ ନେଇ କିଛି ସମୟ ମଧ୍ୟରେ ଷ୍ଟାମ୍ପ ସରିଯାଇଥିବା କହି ସେହି ଷ୍ଟାମ୍ପ ଗୁଡିକୁ ଚଢ଼ା ଦରରେ ଭେଣ୍ଡେର ମାନେ ବିକ୍ରି କରିବା ସର୍ବତ୍ର ଚର୍ଚ୍ଚା ହେଉଛି।ନିୟମ ରହିଛି ଜିଲ୍ଲାପାଳ କିମ୍ବା ତାଙ୍କ ପ୍ରତିନିଧ୍ ଏବଂ କୋଷାଗାର ଅଧିକାରୀ ଭେଣ୍ଡେର ମାନଙ୍କ ନଥିପତ୍ର ଯାଞ୍ଚ କରିବା ପରେ ପୁନଶ୍ଚ ଭେଣ୍ଡେର ମାନଙ୍କୁ ଷ୍ଟାମ୍ପ୍ ବିକ୍ରି କରିବା ନିମନ୍ତେ ଦେବା ବିଧେୟ ରହିଛି କିନ୍ତୁ ଜୟପୁର ସହରରେ ଏହାର ବ୍ୟତିକ୍ରମ ଦେଖାଦେଇଛି । କୋଷାଗାର ଅଧିକାରୀ ଏବଂ ଷ୍ଟାମ୍ ଭେଣ୍ଡେର ମାନଙ୍କ ମଧ୍ୟରେ ସଲାସୁତୁର ରହିଥିବା ଯୋଗୁଁ ଷ୍ଟାମ୍ ଗୁଡିକ କଳାବଜାରୀ ହୋଇ ଚଢ଼ା ଦରରେ ବିକ୍ରି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି କଳାବଜାରୀ କରୁଥିବା ଭେଣ୍ଡେର ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।
Post a Comment