କଳାହାଣ୍ଡି ସାମ୍ବାଦିକ ସଙ୍ଘର ସାଂଗଠନିକ ବୈଠକ ଅନୁଷ୍ଠିତ ।
ଜୟପାଟଣା:----
(ତର୍ଜମା ବ୍ୟୁରୋ ନ୍ୟୁଜ )
ରଣମାଲ ମଣ୍ଡି ପରିସରରେ କାଳାହାଣ୍ଡି ସାମ୍ବାଦିକ ସଙ୍ଘ କେଜେୟୁ ତଥା ତାହାର ଶାଖା ଜୟପାଟଣା ସାମ୍ବାଦିକ ସଙ୍ଘ ଜେଜେୟୁ ଉଦ୍ୟମରେ ଆଜି ଜୟପାଟଣା ବ୍ଲକ ଅଧିନସ୍ଥ ରଣମାଲ ମଣ୍ଡି ପ୍ରାଙ୍ଗଣରେ ଜୋନାଲ ସ୍ତରୀୟ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକର ସାମ୍ବାଦିକମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଖାଁ, ରାଜ୍ୟ ଉପ ସଭାପତି ଏସ୍ ୟୁ ଜେ ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ସାମ୍ବାଦିକ ଯୋଗଦେଇ ଆଗାମୀ ଦିନରେ ସାମ୍ବାଦିକ ମାନଙ୍କର ଦକ୍ଷତା ବୃଦ୍ଧି ସାଙ୍ଗକୁ ସେମାନଙ୍କୁ କିପରି ନିଜ କାର୍ଯ୍ୟରେ ଶାଣିତ କରାଯାଇ ସମାଜର ଉନ୍ନତି ପଥରେ ତୃଣମୂଳ ସ୍ତରର ଖବରକୁ ଲୋକଲୋଚନକୁ ଅଣାଯାଇ ସରକାରଙ୍କୁ ଜାଗ୍ରତ କରାଇବେ ସବିଶେଷ ଆଲୋଚନା କରିଥିଲେ । ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ଅସୁରକ୍ଷିତ ହେଉଥିବାରୁ ଆଗାମୀ ଦିନରେ ପ୍ରତିକୂଳ ପରିସ୍ଥିତିରେ ସଂଘବଦ୍ଧତା ହୋଇ ଏହାକୁ ପ୍ରତିହତ କରାଯିବାକୁ ମଧ୍ୟ ଆହ୍ୱାନ କରିଥିଲେ । ଏହି ସଭା ମାଧ୍ୟମରେ ରାଜ୍ୟ ସାମ୍ବାଦିକ ସଂଘ ଏସ୍ ୟୁ ଜେର ପ୍ରେସ ଆଇଡି କାର୍ଡ ବଣ୍ଟନ କରାଯାଇଥିଲା ।
Post a Comment