ମହାପୁରୁଷ ମହମ୍ମଦ ଙ୍କ ଜନ୍ମ ଦିବସ ମହା ସମାରୋହରେ
ଜୟପୁର।:---------
( ତର୍ଜମା ବ୍ୟୁରୋ)
ଜୟପୁର ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିନର ଅବସରରେ ସୁନ୍ନି ମୁସଲମାନ ସମ୍ପ୍ରଦାୟର ଲୋକ ମାନେ ଏକ ଶୋଭାଯାତ୍ରା ବାହାର କରିଥିଲେ।ଜୟପୁର ରଘୁନାଥ ମନ୍ଦିର ଛକ ଠାରୁ ବାହାରି ସର୍ଦାର ବୋଲ୍ଲଭାଇ ପଟେଲ ମାର୍ଗ ଦେଇ ପୁରୁଣା ବସ ଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରାଟି ଯାଇଥିଲା।ଶୋଭାଯାତ୍ରା ରୁ ଫେରି ମୁସଲମାନ ମାନେ ମସଜିଦ ଠାରେ ପ୍ରାର୍ଥନା କରିଥିଲେ। ସୁନ୍ନି ମୁସଲମାନ ଆଞ୍ଜୁମାନ କମିଟିର ସଭାପତି ହାଜି ମହମ୍ମଦ ହାନିଫ ରିଜିବ, ଉପସଭାପତି ହାଜି ସବିର ଖାନ୍, ସମ୍ପାଦକ ସେକ୍ ସିରାଜ ଙ୍କ ସହ ସମ୍ପ୍ରଦାୟର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶୋଭାଯାତ୍ରା ଟିକୁ ଶାନ୍ତି ଶୃଙ୍ଖଳା ଭାବରେ ସମାପନ କରିଥିଲେ।



Post a Comment