**ଦୁର୍ଗାପୂଜା ପାଇଁ କମିଟି ଗଠନ
**
ନର୍ଲା:------------------ (ତର୍ଜମା ନ୍ୟୁଜ)
ନର୍ଲା ଠାରେ ଅନୁଷ୍ଠିତ ହେବାକୁଥିବା ସାର୍ବଜନିନ ଦୁର୍ଗାପୂଜା କୁ ସୁପରିଚାଳନା ତଥା ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ନୂତନ କମିଟି ଗଠନ କରାଯାଇଛି। ନର୍ଲା ଦୁର୍ଗାପୂଜା ପ୍ରାଙ୍ଗଣ ଠାରେ ଅସ୍ଥାୟୀ ସଭାପତି ଧରଣୀଧର ଧଙ୍ଗଡା ମାଝୀ ଙ୍କ ଅଧ୍ୟକ୍ଷତାରେ ନୂତନ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ମୃତ୍ୟୁଞ୍ଜୟ ନାଗ୍ (ପିଣ୍ଟୁ) ଙ୍କୁ ଚୟନ କରାଯାଇଥିବା ବେଳେ ସଂପାଦକ ରୂପେ ଦୀପୁ ପାତ୍ର ଙ୍କୁ ଚୟନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରୂପେ ଘାସିରାମ ସାହୁ ସହ ସଂପାଦକ କ୍ଷେତ୍ର ସାହାଣୀ ଓ କୋଷାଧ୍ୟକ୍ଷ ବଣ୍ଟୁ ଚାନ୍ଦ ଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା କମିଟିରେ ପୁର୍ଣ୍ଣ ପୁଝାରୀ, କିଶୋର ମାଝୀ, ଯୋଷବନ୍ତ ପୁଝାରୀ, ଚକ୍ର ଗଉଡ, ରଖାଯାଇଛି। ସଭା ଶେଷରେ ନୂତନ କମିଟି ରେ ସଭାପତି ଶ୍ରୀ ନାଗ ଓ ସଂପାଦକ ଶ୍ରୀ ପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ନର୍ଲା ରୁ
ଦୀପକ ଠାକୁର ଙ୍କ ରିପୋର୍ଟ!



Post a Comment