//BREAKING//
Loading...

ରାଜ୍ୟ ର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୫୧ ଟି ସ୍ୱତନ୍ତ୍ର ବିଦ୍ୟାଳୟ (ଦୃଷ୍ଟିହୀନ ଓ ମୁକ ବଧିର ) ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ କାଳକ୍ଷେପଣ ନୀତି !!

 ରାଜ୍ୟ ର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୫୧ ଟି ସ୍ୱତନ୍ତ୍ର ବିଦ୍ୟାଳୟ (ଦୃଷ୍ଟିହୀନ ଓ ମୁକ ବଧିର ) ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ  କାଳକ୍ଷେପଣ ନୀତି !!


ଭବାନୀ ପାଟଣା:----

( ତର୍ଜମା ବ୍ୟୁରୋ)


ରାଜ୍ୟ ସାମାଜିକ ସୁରକ୍ଷା ଓ ଭିର୍ନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ୫୧ ଟି ସ୍ୱତନ୍ତ୍ର ବିଦ୍ୟାଳୟ (ଦୃଷ୍ଟିହୀନ ଓ ମୁକ ବଧିର ) ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ  କାଳକ୍ଷେପଣ ନୀତି ଯୋଗୁ ସମ୍ପ୍ରତି ଉକ୍ତ ବିଦ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ମୟ ହୋଇପଡିଛି। ୧୯୮୬ ମସିହା ରୁ ପରିଚାଳିତ ଉକ୍ତ ବିଦ୍ୟାଳୟ ର କର୍ମଚାରୀ ମାନଙ୍କ ପାଇଁ ଅବସର କାଳୀନ ଭତ୍ତା, ଗ୍ରାଚୁଇଟି, ପଦୋନ୍ନତି ଓ macp ପରି ସମସ୍ତପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ପାଇଁ ସରକାରୀ ସ୍ତର ରେ ସମସ୍ତ ଵିଧି ବ୍ୟବସ୍ଥା ଥିବା ସତ୍ୱେ ବଡ ବିଡମ୍ବନା  ର ବିଷୟ ସରକାର ଅଦ୍ୟାବଧି କାହାକୁ ବାସ୍ତବିକ ରେ କାର୍ଯ୍ୟକାରୀ କରିନାହାନ୍ତି, ଯଦ୍ୱାରା ସାମ୍ପ୍ରତି ଉକ୍ତ ବିଦ୍ୟାଳୟ ରୁ ଅବସର ଗ୍ରହଣ ପରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ସେମାନଙ୍କ ପାଇଁ ଉଦିଷ୍ଟ ସେବା ନପାଇ ବଡ ମାନସିକ ଦୁଶ୍ଚିନ୍ତା ଓ ଆର୍ଥିକ ଅନାଟନ ଯୋଗୁଁ ନିଜକୁ ବଡ ଅସହାୟ ମନେକରିବା ସାହିବ ବଡ଼ ଦୁଃଖ ପୂର୍ଣ୍ଣ ଓ ଦୟନୀୟ ଜୀବନଜାପନ କରୁଛନ୍ତି।


ଉକ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ସରକାରୀକରଣ ସହିତ ଅବସର କାଳୀନ ଭତ୍ତା ପ୍ରଦାନ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନା କରାଯାଉଥିଲେ ମଧ୍ୟ ସରକାର ପ୍ରକୁତ ପକ୍ଷେ କର୍ଣ୍ଣପାତ କରୁନାହାନ୍ତି। ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ପ୍ରକୃତ ପକ୍ଷେ ବାସ୍ତବରେ ଏମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ,୧୯୮୮-୮୯ ମସିହା ରେ ପ୍ରଗତି ପତ୍ର ଅନୁସାରେ  ଏବଂ 2009 ମସିହା ରେ ଉକ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ସରକାରୀ କରଣ କରାଯିବା ପାଇଁ ବିଭାଗୀୟ ସ୍ତର ରେ ନିଷ୍ପତି ନିଆଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । କିନ୍ତୁ  ଦୁର୍ଭାଗ୍ୟ ର ବିଷୟ ନିର୍ବାଚନ ଆଚାରଣ ଵିଧି ଲାଗୁ ହୋଇ ଥିବାର ଦର୍ଶାଇ ଉକ୍ତ ପ୍ରସ୍ତାବ କୁ ବାତିଲ କରାଯାଇଥିଲା । ନିର୍ବାଚନ ପରେ ପୁନଃ ଉକ୍ତ ବିଦ୍ୟାଳୟ ଗୁଡିକୁ ସରକାରୀକରଣ କରିବା ପାଇଁ କର୍ମଚାରୀ ମାନଙ୍କୁ ନିର୍ଭର ପ୍ରତିଶୃତି ମଧ୍ଯ ଦିଆଯାଇଥିଲା। କିନ୍ତୁ ରାଜ୍ୟ  ସରକାର ପରେ ଏ ସଂକ୍ରାନ୍ତ ରେ ଆଉ କୌଣସି ବି କାର୍ଯ୍ୟପନ୍ଥା ଗ୍ରହଣ କଲେ ନାହିଁ । ବିଗତ 2016-17 ମସିହା ରେ ବିଭାଗୀୟ ସ୍ତରରେ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ସରକାରୀକରଣ କରାଯିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ଯ ଗଠନ କରାଯାଇଥିଲା। ଉକ୍ତ କମିଟି ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ବିଦ୍ୟାଳୟ ମାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷକ ମାନଙ୍କପରି ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ରାଜ୍ୟ ଅର୍ଥ ବିଭାଗ ପ୍ରସ୍ତାବ ପ୍ରଦାନ କରିଥିଲା, କିନ୍ତୁ ପ୍ରକୁତପକ୍ଷେ ଉକ୍ତ ନିଷ୍ପତି କୁ କାର୍ଯ୍ୟକାରୀ ମଧ୍ଯ କରାଗଲା ନାହିଁ। ସୂଚନା ଅନୁଯାୟୀ  ସ୍ୱତନ୍ତ୍ର ବିଦ୍ୟାଳୟ ରୁ ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସଙ୍ଘ ଚଳିତବର୍ଷ ସେମାନଙ୍କର ମୁଖ୍ୟ ଦାବି ଯଥା ଅବସରକାଳୀନ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ  ନିକଟରେ ଆବେଦନ କରିଥିଲେ। ମାନ୍ୟବର ମୁଖ୍ୟ ନ୍ୟାୟଧୀଶ ଗତ ୪-୧୦-୨୦୨୩ ରିଖ ରେ ବିଭାଗୀୟ କତୃପକ୍ଷ ଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିବା ଜଣା ପଡ଼ିଛି। ତେବେ ବାସ୍ତବ ରେ ମାନ୍ୟବର  ହାଇକୋର୍ଟ ଙ୍କ ରାୟ  କାର୍ଯ୍ୟକାରୀ ହୋଇପାରିବ କି ନାହିଁ ତାହା ସମୟ ହିଁ କହିବ। ଦୀର୍ଘ ଚାରି ଦଶନ୍ଧି ରୁ ଉର୍ଦ୍ଧ ବାଧିତ ନିଷ୍ପେସିତ, ତଥା ଅସହାୟ ଶିଶୁ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ନିଜର ସାରା ଜୀବନ କୁ ଉତ୍ସର୍ଗୀକୃତ କରିଥିବା କର୍ମଚାରୀ ମାନଙ୍କୁ କେବେ ଯେ ନ୍ୟାୟ ମିଳିବ ନା ରାଜ୍ୟ ସରକାର ଏହିପରି ଭୁଆଁ ବୁଲେଇ ଚାଲି ଥିବେ ସମୟ କହିବ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe