//BREAKING//
Loading...

ଲୋକନାୟକ ଜୟପ୍ରକାଶଙ୍କ ଜୟନ୍ତୀ ଓ ବିପ୍ଲବୀ ତଥା ସ୍ବାଧୀନତା ସଂଗ୍ରାମୀ ଡ଼. ରାମମନୋହର ଲୋହିୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି !!

 ଲୋକନାୟକ ଜୟପ୍ରକାଶଙ୍କ ଜୟନ୍ତୀ ଓ ବିପ୍ଲବୀ ତଥା ସ୍ବାଧୀନତା ସଂଗ୍ରାମୀ ଡ଼. ରାମମନୋହର ଲୋହିୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି !!


ବ୍ରହ୍ମପୁର:-----

( ତର୍ଜମା ବ୍ୟୁରୋ)


ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବୁଧବାର ଅପରାହ୍ନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ ସହ ମହାନ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ଡ଼. ରାମମନୋହର ଲୋହିୟାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି ପ୍ରତିଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋହିୟାଙ୍କର ସପ୍ତକ୍ରାନ୍ତି ଓ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ ବିପ୍ଲବ ଆଜି ମଧ୍ୟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବକ୍ତାମାନେ ପ୍ରକାଶ କରି ବର୍ତ୍ତମାନ ସମାଜରେ ଦେଖାଦେଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ଏକଛତ୍ରବାଦ ଶାସନ ବିରୁଦ୍ଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି ବୋଲି କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ କାମରାଜୁ ମହାରଣା, ରାଜେନ୍ଦ୍ର ପଣ୍ଡା, ଅଶୋକ ଦଳେଇ, ରଂଜନ କୁମାର ସାହୁ, ସୁଶାନ୍ତ କର, ଇଂ. ମାନସ ରଂଜନ ତ୍ରିପାଠୀ, କିଶୋର ସ୍ବାଇଁ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ପ୍ରାରମ୍ଭରେ ଉତ୍ତରାଖଣ୍ଡର ବିଷ୍ଣୁ ପ୍ରୟାଗ ବସ ଦୁର୍ଘଟଣାରେ ଆଜିର ଦିନରେ 16 ବର୍ଷ ତଳେ ମୃତୁ୍ୟବରଣ କରିଥିବା ଓଡ଼ଇା ତୀର୍ଥଯାତ୍ରୀଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା


ରବି ରଥ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe