ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ!!!
ଭବାନୀ ପାଟଣା:---
( ତର୍ଜମା ବ୍ୟୁରୋ)
ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ଅନୁବନ୍ଧିତରେ ଜିଲ୍ଲା ପ୍ରଶାସନର ସହଯୋଗରେ ତିନି ଦିନ ଧରି ଚାଲିଥିବା ଉଣେଇଶ ବର୍ଷରୁ କମ ବୟସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା, ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଅଛି I ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପର୍ଯ୍ୟାୟ କ୍ରମେ ଯୋଗ ଦେଇଥିଲେ ଏବଂ ବିଭିନ୍ନ କୃତି ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସମ୍ପାଦକ ନିଲିନ କୁମାର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସି ଓ ସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଇଣ୍ଡିଆନ ପୋଟାସ ଲିମିଟେଡ଼ ର ପ୍ରକଳ୍ପ ମୁଖ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀ, ସ୍ୱାଗତ ଆଇ ଟି ସି ର ପରିଚାଳନା ନିର୍ଦ୍ଧେଶିକା ପ୍ରୀତି ପଟ୍ଟନାୟକ, କୋସାଧ୍ୟକ୍ଷ ପ୍ରଦୀପ ମହାନ୍ତି, ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର ଚୌଧୁରୀ, ଶିବମ ଅଗ୍ରୱାଲ, ସୁରେଶ ମହାନନ୍ଦ ପ୍ରମୁଖ ମଂଚାସୀନ ରହିଥିଲେ I ସୂଚନାଥାଉକି ଯେ ପ୍ରତିଯୋଗିତାଟିକୁ ଅନୁଷ୍ଠାନିକ ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି, ଅନ୍ଵେଷା ରେଡ୍ଡୀ ଗତ 27 ତାରିଖରେ ଉଦଘାଟନ କରିଥିବାବେଳେ ଗତକାଲି ଦ୍ଵିତୀୟ ଦିବସର ସଂଧ୍ୟIରେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ଓ ସମାଜସେବୀ ଶର୍ମିଷ୍ଠା ନାୟକ ଅତିଥି ଭାବରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସହିତ କରିଥିଲେ I କୋଡିଏ ବର୍ଷର ବ୍ୟବଧାନ ପରେ ଗୋଟିଏ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଭବାନୀପାଟଣା ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆନୁକୂଲ୍ୟରେ ହେଉଥିବାରୁ ସଂଘର ସମସ୍ତ କର୍ମକର୍ତ୍ତା ବହୁତ ଉତ୍ସIହିତ ରହିଥିଲେ ଏବଂ ସଂଘର ସଭାପତି ଶ୍ରୀ ଦାସ ଏହି ସୁଯୋଗର ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସମ୍ପାଦକ ନିଲିନ କୁମାରଙ୍କୁ କଳାହାଣ୍ଡିବାସୀ ତରଫରୁ ଅଶେଷ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ I ରାଜ୍ୟସଭା ସାଂସଦ ମଧ୍ୟ ଆଗାମୀ ଦିନରେ କଳାହାଣ୍ଡି ରେ ବ୍ୟାଡ଼ମିଣ୍ଟନ ର ବ୍ୟାପକ ବିକାଶ ନେଇ ଆଶାବାଦୀ ରଖିଥିଲେ ଏବଂ ଭବାନୀପାଟଣା ଠାରେ ଗୋଟିଏ ଆନ୍ତଜାତୀୟ ଇଣ୍ଡୋର ଷ୍ଟାଡିଅମ, ସାଇ ଏକାଡେମୀର ଅନ୍ୟତମ ଶାଖା ପଶ୍ଚିମ ଓଡିଶାର ଭବାନୀପାଟଣା ଠାରେ ଖୋଲାଯିବା ନେଇ ପ୍ରଚେଷ୍ଟା କରିବେ ବୋଲି ଅଭିଭାଷଣ ରଖିବା ସହ କଳାହାଣ୍ଡିର ଯେ କୌଣସି କୃତି ଖେଳାଳି ର ପ୍ରଶିକ୍ଷଣ ପାଇଁ ଆର୍ଥିକ ସାହାର୍ଯ୍ୟର ଅଭାବ ରହିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ I ସେହିପରି ମାନ୍ୟବର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ସଂଘର ସଭାପତି ତଥା ଆୟୋଜକ କମିଟିକୁ ଅଶେଷ ଧନ୍ୟବାଦ ଦେଇ ପ୍ରତିଯୋଗିତା ରେ ଭାଗ ନେଇଥିବା ଖେଳାଳୀମାନଙ୍କୁ ଉତ୍ସIହିତ କରିଥିଲେ ଏବଂ ତାଙ୍କର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ତିନୋଟି ଅନୁନ୍ନ୍ନତ ବ୍ଲକ ବିଶ୍ୱନାଥପୁର, ଥୁଆମୂଳ ରାମପୁର, ଜୟପାଟଣା ଠାରେ ଗୋଟିଏ ଲେଖାଏଁ ମିନି ଇଣ୍ଡୋର ହଲ କରିବା ଦିଗରେ ପ୍ରଚେଷ୍ଟା ରହିବ ବୋଲି ବକ୍ତବ୍ୟ ରଖିଥିଲେ I ସଭାପତି ପ୍ରଦୀପ ଦାସ ଙ୍କ ନେତୃତ୍ୱ ରେ ତିନି ଦିନ ବ୍ୟାପୀ ଚାଲିଥିବା ପ୍ରତିଯୋଗିତା ରେ ସମ୍ପାଦକ ସନ୍ଦୀପ ମିଶ୍ର, ଉପସଭାପତି ଅରୁଣ ରଥ ତଥା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ I ଅନ୍ୟମାନଙ୍କ ମଧ୍ୟରୁ ସରୋଜ ମହାରଣା, ଦୀପକ ସାଗର କୁମାର, ସମୀର ସାହୁ, ମହେଶ କୁକରେଜା, ସାଇ ସିଂ ସାମନ୍ତ, ଶକ୍ତି ପ୍ରସାଦ ଯୋଶୀ, ରବି ସାହୁ, ସନ୍ଦୀପ ଦାସ, ସଞ୍ଜୟ ମଲ୍ଲିକ, ଅରୁଣ କୁମାର ସାହୁ, ପରେଶ ପ୍ରଧାନ, ମନୋଜ ପଣ୍ଡା, ଶୋଭନ ଦତ୍ତ, ଅମିତ ଜୈନ, ଗୌରୀ ବିଶି, ଦେବରାଜ ଛତ୍ରିଆ, ନରେନ୍ଦ୍ର ଦାଶ, ସୁନୀଲ ଅଗ୍ରୱାଲ, ଅଶୋକ ପଣ୍ଡା, ଅଶୋକ ପତୀ, ହେମନ୍ତ ମିଶ୍ର, ପାର୍ଥବ ସାହୁ, ନାଗେଶ୍ୱର ପଟ୍ଟନାୟକ, ରଂଜିତ ସାହୁ, ପୱନ ଅଗ୍ରୱାଲ, ପ୍ରକାଶ ମହାନ୍ତି, କମଲ ଶର୍ମା ତଥା ଅନ୍ୟାନ୍ୟ ସଦସ୍ୟବୃନ୍ଦ ବିଭିନ୍ନ ଦାୟିତ୍ୱମାନ ନେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ଏହି ପ୍ରତିଯୋଗିତା ରେ 19 ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତା ରେ ସୁନ୍ଦରଗଡ଼ ର ଶ୍ରେୟାଂଶ ପରିଡା ବିଜୟୀ ହୋଇଥିବାବେଳେ କଳାହାଣ୍ଡିର ଅର୍ପିତ ପଣ୍ଡା ଉପବିଜେତା ହୋଇଥିଲେ I ବାଳିକା ବିଭାଗର ଏକକ ପ୍ରତିଯୋଗିତାରେ ରାଉରକେଲାର ଗୀତାଶ୍ରୀ ଦେ ବିଜୟୀ ହୋଇଥିବାବେଳେ ସମ୍ବଲପୁରର ଅଶ୍ୱିକା ମିଶ୍ର ଉପବିଜେତା ହୋଇଥିଲେ I ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଗଞ୍ଜାମର ଅବିନାଶ ମୁନି ଏବଂ କଳାହାଣ୍ଡିର ଅର୍ପିତ ପଣ୍ଡା ବିଜୟୀ ହୋଇଥିବାବେଳେ କୋରାପୁଟର ଉଭୟ ଆୟୁଷ ତ୍ରିପାଠୀ ଏବଂ ସ୍ମୃତି ରାଉତ ଉପବିଜେତା ହୋଇଥିଲେ I ସେହିପରି ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ କଳାହାଣ୍ଡିର ଅର୍ପିତ ପଣ୍ଡା ଏବଂ ସମ୍ବଲପୁରର ଅଶ୍ବିକା ମିଶ୍ର ବିଜୟୀ ହୋଇଥିବାବେଳେ କୋରାପୁଟର ଆୟୁଷ ତ୍ରିପାଠୀ ଏବଂ ସୁନ୍ଦରଗଡ଼ର ଗୀତାଶ୍ରୀ ଦେ ଉପବିଜେତା ହୋଇଥିଲେ I
କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ହୋଇଥିବା ଏହି ପ୍ରତିଯୋଗିତାଟିକୁ ଅତି ଆକର୍ଷଣୀୟ ଭାବରେ ସମ୍ପାଦନ କରିଥିବାରୁ ରାଜ୍ୟ ସଙ୍ଘ, ଅତିଥିବୃନ୍ଦ ତଥା ବିଭିନ୍ନ ଜିଲ୍ଲାରୁ ଭଗନେଇଥିବା ଖେଳାଳି ଏବଂ ଅଭିଭାବକବୃନ୍ଦ ଭୁୟସୀ ପ୍ରଶଂସା କରିଥିଲେ I ସେହିପରି ସଭାପତି ଶ୍ରୀ ପ୍ରଦୀପ ଦାସ ମଧ୍ୟ ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା, ବୈଷୟିକ ବିଶେଷଜ୍ଞଗଣ ଏବଂ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ I
Post a Comment