ଭବା
ନୀ ପାଟଣା ସହର ର ପ୍ରାଣ କେନ୍ଦ୍ର ମହାବୀର ପଡା:ଭବାନୀ ପାଟଣା ସହର ର ପ୍ରାଣ କେନ୍ଦ୍ର ମହାବୀର ପଡା: ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ!
ଭବାନୀ ପାଟଣା:---
( ତର୍ଜମା ନ୍ୟୂଜ )
ଭବାନୀ ପାଟଣା ସହର ର ପ୍ରାଣକେନ୍ଦ୍ର ମହାବୀର ପଡ଼ାର ବିଭିନ୍ନ ଗଳିର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏ ସମ୍ପର୍କରେ ମହାବୀର ପଡା ସିଭିଲ ସୋସାଇଟି ତରଫରୁ ବରିଷ୍ଠ ଆଇନ ଜିବୀ ତଥା MPCS ସଭାପତି ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶାନ୍ତନୁ ବେହେରା, ଶ୍ରୀ ଭବେନ୍ଦ୍ର ପଣ୍ଡା, ମହମ୍ମଦ ବୁରହାଁନ, ଶ୍ରୀ ସଲିଲ ବେହେରା,ଶ୍ରୀ ଶିବରାମ ନାୟକଙ୍କ ସମେତ ପଡା ର ବରିଷ୍ଠ ନାଗରିକ ବୃନ୍ଦ ପରିମଳ ବ୍ୟବସ୍ଥାର ତୁରନ୍ତ ପ୍ରତିକାର ଆଣିବା ସକାଶେ ଏକ ଦାବିପତ୍ର ଉପ ନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ, ଏବଂ ନିର୍ବାହ ଅଧିକାରୀ ଶ୍ରୀ ଚିନ୍ମୟ କୁମାରଙ୍କୁ ପ୍ରଦାନ କରି ଥିବା ଜଣା ପଡିଛି। ଉପନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ ଏବଂ ନିର୍ବାହ ଅଧିକାରୀ ଆସନ୍ତା ୭ ଦିନ ଭିତରେ ସମସ୍ତ ପରିମଳ ଅବ୍ୟବସ୍ଥା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣା ପଡିଛି ଏବଂ ଅନ୍ୟ ନିର୍ମାଣ କାର୍ଯ୍ୟ ଟେଣ୍ଡର ଭିତ୍ତିକ ଏଷ୍ଟିମେଟ ହେବା ପରେ ସମାଧାନ କରିବାପାଇଁ ପ୍ରତିଶୃତି ଦେଇଥିବା ଜଣା ପଡ଼ିଛି।
ତେବେ ଭବାନୀ ପାଟଣା ସହର ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡି ନାଳ, ନର୍ଦମା ଗୁଡ଼ିକ ସମୂର୍ଣ୍ଣ ଭର୍ତି ହୋଇ ଦୁର୍ଗନ୍ଧ ଓ ପ୍ରବଳ ମଶା ପ୍ରକୋପ ର ଶିକାର ହେଉ ଛନ୍ତି ସହରବାସୀ। ପୌରସଂସ୍ଥା ତୁରନ୍ତ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ ନ କଲେ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗ ରେ ଆକ୍ରାନ୍ତ ହେବା ସମ୍ଭାବନା ସୃଷ୍ଟି କରିଛି ।
ସହର ବାସୀଙ୍କ ସୁରକ୍ଷା ପାଇଁ ପୌର ସଂସ୍ଥା ଯୁଦ୍ଧ କାଳୀନ ଭିତ୍ତି ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା କୁ ନିବାରଣ କରିବା ପାଇଁ ସହର ବାସୀଙ୍କ ତରଫରୁ ଦାବି ହେଉଛି। ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ!
ଭବାନୀ ପାଟଣା:---
( ତର୍ଜମା ନ୍ୟୂଜ )
ଭବାନୀ ପାଟଣା ସହର ର ପ୍ରାଣକେନ୍ଦ୍ର ମହାବୀର ପଡ଼ାର ବିଭିନ୍ନ ଗଳିର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏ ସମ୍ପର୍କରେ ମହାବୀର ପଡା ସିଭିଲ ସୋସାଇଟି ତରଫରୁ ବରିଷ୍ଠ ଆଇନ ଜିବୀ ତଥା MPCS ସଭାପତି ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶାନ୍ତନୁ ବେହେରା, ଶ୍ରୀ ଭବେନ୍ଦ୍ର ପଣ୍ଡା, ମହମ୍ମଦ ବୁରହାଁନ, ଶ୍ରୀ ସଲିଲ ବେହେରା,ଶ୍ରୀ ଶିବରାମ ନାୟକଙ୍କ ସମେତ ପଡା ର ବରିଷ୍ଠ ନାଗରିକ ବୃନ୍ଦ ପରିମଳ ବ୍ୟବସ୍ଥାର ତୁରନ୍ତ ପ୍ରତିକାର ଆଣିବା ସକାଶେ ଏକ ଦାବିପତ୍ର ଉପ ନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ, ଏବଂ ନିର୍ବାହ ଅଧିକାରୀ ଶ୍ରୀ ଚିନ୍ମୟ କୁମାରଙ୍କୁ ପ୍ରଦାନ କରି ଥିବା ଜଣା ପଡିଛି। ଉପନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ ଏବଂ ନିର୍ବାହ ଅଧିକାରୀ ଆସନ୍ତା ୭ ଦିନ ଭିତରେ ସମସ୍ତ ପରିମଳ ଅବ୍ୟବସ୍ଥା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣା ପଡିଛି ଏବଂ ଅନ୍ୟ ନିର୍ମାଣ କାର୍ଯ୍ୟ ଟେଣ୍ଡର ଭିତ୍ତିକ ଏଷ୍ଟିମେଟ ହେବା ପରେ ସମାଧାନ କରିବାପାଇଁ ପ୍ରତିଶୃତି ଦେଇଥିବା ଜଣା ପଡ଼ିଛି।
ତେବେ ଭବାନୀ ପାଟଣା ସହର ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡି ନାଳ, ନର୍ଦମା ଗୁଡ଼ିକ ସମୂର୍ଣ୍ଣ ଭର୍ତି ହୋଇ ଦୁର୍ଗନ୍ଧ ଓ ପ୍ରବଳ ମଶା ପ୍ରକୋପ ର ଶିକାର ହେଉ ଛନ୍ତି ସହରବାସୀ। ପୌରସଂସ୍ଥା ତୁରନ୍ତ ଏହାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ ନ କଲେ ସହରବାସୀ ବିଭିନ୍ନ ସଂକ୍ରମିତ ରୋଗ ରେ ଆକ୍ରାନ୍ତ ହେବା ସମ୍ଭାବନା ସୃଷ୍ଟି କରିଛି ।
ସହର ବାସୀଙ୍କ ସୁରକ୍ଷା ପାଇଁ ପୌର ସଂସ୍ଥା ଯୁଦ୍ଧ କାଳୀନ ଭିତ୍ତି ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା କୁ ନିବାରଣ କରିବା ପାଇଁ ସହର ବାସୀଙ୍କ ତରଫରୁ ଦାବି ହେଉଛି।
Post a Comment