//BREAKING//
Loading...

ଯୁବ ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜ ଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା!!!

 ଯୁବ ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜ ଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା!!!



 ଭବାନୀପାଟଣା:----- 

(ତର୍ଜମା ନ୍ୟୂଜ)


 କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ଜିଲ୍ଲା ପ୍ରତିନିଧି,ଯୁବ ସାମ୍ବାଦିକ କ୍ଷୀରୋଦ ମଙ୍ଗରାଜଙ୍କ ଅକାଳ ବିୟୋଗ  ଯୋଗୁ କଳାହାଣ୍ଡି ସାମ୍ବାଦିକ ସମୁହଙ୍କ ତରଫର ରୁ ସ୍ଥାନୀୟ ଅମଲା ଭବନ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାର ଆୟୋଜକ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀଙ୍କ  ସଭାପତିତ୍ବ ରେ କଳାହାଣ୍ଡି ସାମ୍ବାଦିକତା ର ଭୀଷ୍ମ ପିତାମହ  ତଥା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ମୁଖ୍ୟ ଅତିଥି, ସାମ୍ବାଦିକ ନାରାୟଣ ନାୟକ, ସମାଜ ସେବୀ ରୂପ କେଶରୀ ଦଳାଇ,  ପ୍ରମୁଖ ମଞ୍ଚାସିନ ହୋଇ ସ୍ବର୍ଗତ କ୍ଷୀରୋଦ ର ସ୍ମୁତି ଚାରଣ କରିଥିଲେ । ଏହି  ଅବସର ରେ ସ୍ୱର୍ଗତ ଆତ୍ମା ଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ  ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା। ଏହି ଅବସର ରେ  ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ, ଅମୀୟ କୁମାର ସାହୁ, ମଧୁ ସୁଦନ ମହାପାତ୍ର, ବିକାଶ ଷଡ଼ଙ୍ଗୀ, ସାରଦା ମହାନ୍ତି , ଶିବା ନାଏକ,ନୀଳ ମଣି ମଙ୍ଗରାଜ, ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ବିରଞ୍ଚି ଯୋଶୀ, ଅମିତ୍ ଅଗ୍ରୱାଲ,ରମେଶ ଅଗ୍ରୱାଲ,ଛାୟାକାନ୍ତ ନାୟକ, ଜଗନ୍ନାଥ ନାୟକ, ରାଜେନ୍ଦ୍ର ମିଶ୍ର, ସଞ୍ଜୟ ସିଂହ, ଚିନି କ୍ରିଷ୍ଣା ଆଚାରୀ, ଆଇନଜୀବୀ  ସତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଶୃପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଦେବା ସହ ସ୍ମୃତୀ ଚାରଣ କରି ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇ ଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe