//BREAKING//
Loading...

ରଣମାଲଠାରେ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ପାଳିତ


( ତର୍ଜମା ନ୍ୟୁଜ)  ଜୟପାଟଣା
,୧୬।୧୧ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରଣମାଲ  ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଗୁରୁବାର ଏସୟୁଜେ କଳାହାଣ୍ଡି ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ସାମ୍ବାଦିକ ଦିବସ ମହାସମାରୋହରେ ପାଳିତ ହୋଇଛି। କଜେୟୁ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ, ମୁଖ୍ୟବକ୍ତା ଭାବରେ ଏସୟୁଜେ ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଯୋଗଦେଇ ଥିଲେ। କେଜେୟୁ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଭେଜିଗୁଡା ସରପଞ୍ଚ ଯଦୁମଣି ସାହୁ, ରଣମାଲ ପ୍ୟାକ୍ସ ସମ୍ପାଦକ ଯୁବରାଜ ବାଗ, ଯଶୋବନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ପ୍ରଥମେ ଅତିଥିମାନେ ମଞ୍ଚାସୀନ ହେବାପରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ସାମ୍ବାଦିକ ମାନଙ୍କୁ ଜିଲ୍ଲା  ସଭାପତି ଶପଥ ପାଠ କରାଇଥିଲେ, ଏବଂ ଗଣମାଧ୍ୟମର ସୁରକ୍ଷା ଓ  ଦାୟୀତ୍ବବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗଙ୍କୁ ମାନ ପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ସେହିପରି ସାମ୍ବାଦିକ ରଜନୀ ଛତ୍ରିଆ, ହିରଣ୍ୟ ବେହେରା, ଅରୁଣ କୁମାର ସାହୁ, ନିରଞ୍ଜନ ଛତ୍ରିଆ, ଶରତ ପ୍ରଧାନୀ, ମହମ୍ମଦ ଇଲାହୀ ଓ ହରିହର ଛତ୍ରିଆ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ସାମ୍ବାଦିକ ହିରଣ୍ୟ ବେହେରା ପ୍ରଦାନ କରିଥିବାବେଳେ କେଜେୟୁ ଜିଲ୍ଲା ସାଧାରଣ ସମ୍ପାଦକ ଚକ୍ରଧର ବେଶ୍ରା ମଞ୍ଚକୁ ପରିଚାଳନା କରିଥିଲେ। ସାମ୍ବାଦିକ ରଜନୀ ଛତ୍ରିଆ, ଜଗଦୀଶ ନାଏକ, ତୁଲାରାମ ବେହେରା, ରାମ ଚନ୍ଦ୍ର ସେନାପତି, ଶ୍ୟାମ ସୁନ୍ଦର ଅଗ୍ରୱାଲ, ପରମାନନ୍ଦ ଛତ୍ରିଆ, କୁଞ୍ଜବନ ଛତ୍ରିଆ, ହର୍ଷ ପାଣିଗ୍ରାହୀ, ଜୟରାମ ଛତ୍ରିଆ, ଦିବ୍ୟ ନାଗ, ବାସୁଦେବ ଛତ୍ରିଆ, ପୁରୁଷୋତ୍ତମ ସିଂ ରାଜପୁତ, ଦେବେନ୍ଦ୍ର ସାଗର, ଦିଗାମ୍ବର ନାଗ, ଯୋଗେନ୍ଦ୍ର ପ୍ରସାଦ ବାରିକ, ଶ୍ୟାମସୁନ୍ଦର ମାଝୀ, ଟିକଚନ ବାଗ, ବରିଷ୍ଠ ସାମ୍ବାଦିକ ରଘୁମଣି ପୁଝାରୀ ସମେତ କୋକସରା, ଜୟପାଟଣା, ଧର୍ମଗଡ଼, ଗୋଲାମୁଣ୍ଡା, ଜୁନାଗଡ଼, କଲମପୁର ଭବାନୀପାଟଣା ଆଦି ସ୍ଥାନରୁ ଶତାଧିକ ସାମ୍ବାଦିକ ଯୋଗଦେଇ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe