//BREAKING//
Loading...

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା !!!

 ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା !!!



ଭବାନୀପାଟଣା:--------( ତର୍ଜମା ନ୍ୟୁଜ ) ମହାବୀର ମହୋତ୍ସବର ସର୍ବଶ୍ରେଷ୍ଠ ସମ୍ମାନ ଚଳିତ ବର୍ଷ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରାଙ୍କୁ ପ୍ରଦାନ କରାଯିବ । ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ଆସନ୍ତା ନଭେମ୍ବର ୧୪ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଦାନ କରାଯିବ । ଜୟନ୍ତ ବେହେରା ଏକା ଧାରରେ ଜଣେ ସୁସାହିତ୍ୟିକ ଓଡିଶା ସଂଗୀତ ନାଟକ ଏକା ଡେମୀ ଦ୍ୱାରା ପୁରସ୍କୃତ, ଶାରଳା ସମ୍ମାନରେ ସମ୍ମାନୀତ ହେବା ସହ ଓଡିଶାର ବହୁ ସାଂସ୍କୃତିକ ଅନୁଷ୍ଠା ତରଫରୁ ସମ୍ମାନୀତ ହୋଇଛନ୍ତି । ତାଙ୍କର ଉଦ୍ୟମରେ କଳାହାଣ୍ଡି ଘୁମୁରା ଏସିଏଡ୍‌, ରୁଷ, ଜାପାନ ଆଦି ଅନେକ ଦେଶ ଯାଇ କଳାହାଣ୍ଡିର ନାମକୁ ଗୌରବାନ୍ୱିତ କରିପାରିଛି । ସେ କଳାହାଣ୍ଡିର ବହୁ ଲୁକ୍‌କାୟିତ କଳା, ନାଚ, ଗୀତ କୁ ଲୋକ ଲୋଚନକୁ ଆଣି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଶ୍ରୀ ବେହେରା, ଓଡିଶା ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ କାର୍ଯ୍ୟକରୀ କମିଟିର ସଦସ୍ୟ ସହ ବହୁ ଅନୁଷ୍ଠାନ ଉପଦେଷ୍ଠା ରହିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe