//BREAKING//
Loading...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଆନ୍ଦୋଳନ ଚକ୍ରବ୍ୟୁହ ରେ ରାଜ୍ୟ ର ରାଜନୈତିକ ଦଳ !!!

 ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଆନ୍ଦୋଳନ  ଚକ୍ରବ୍ୟୁହ ରେ ରାଜ୍ୟ ର ରାଜନୈତିକ ଦଳ !!!



ଆଜି ସ୍ବାଧିନତା ର 75 ବର୍ଷ ଓ ଓଡିଶା ପ୍ରଦେଶ ରେ ଗଡଜାତ ଅଂଚଳ ର ରାଜ୍ୟ ଗୁଡ଼ିକ ର ମିଶ୍ରଣ ର 73 ବର୍ଷ ପରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କାହିଁକି? ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଗଳି କନ୍ଦି ମାନଙ୍କ ରେ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ମାନଙ୍କ ଲଗାତାର ଅବହେଳା ଓ ନିଜ ହକ, ଅଧିକାର ସଂପର୍କ ରେ ଆଲୋଚନା ହେଉଛି। ମୂଦ୍ରା ର ଦୁଇ ପାର୍ଶ୍ଵ ଭଳି ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ଖାଦ୍ୟ, ପର୍ବ ପର୍ବାଣୀ, ପରମ୍ପରା ଓ ଚାଲି ଚଳନ ସମ୍ପୂର୍ଣ ଭିନ୍ନ। ଏ ଅଞ୍ଚଳ ର ଅଧିବାସୀ ନିଜ ମାଟି, ନିଜ ସଂସ୍କୃତି ଓ ପ୍ରାକୃତିକ ପରିବେଶ  ସହ ବିବିଧତା ଭିତରେ ଏକତା ର ଡୋରି ରେ ଏପରି ବନ୍ଧା ଯେ, ନିଜ ମାଟି କୁ ଛାଡି ଅନ୍ୟ ପରିବେଶ ରେ ବଞ୍ଚିବା କଷ୍ଟକର।

1947ମସିହା ଅଗଷ୍ଟ 15 ତାରିଖ ଦିନ ଇଂରେଜ ଶାସନ ରୁ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡିଶା ସମେତ 565 ଟି ରାଜା ରାଜୁଡ଼ା ରାଜ୍ୟ ଗୁଡ଼ିକ ମଧ୍ୟ ସ୍ବାଧିନତା ଲାଭ କରି ଥିଲା।କଳାହାଣ୍ଡି ,ପାଟଣା  ସମେତ ସମସ୍ତ ଗଡଜାତ ସମସ୍ତ ରାଜ୍ୟ ଗୁଡ଼ିକ 1948  ଜାନୁଆରୀ ପର୍ଯ୍ୟନ୍ତ ରାଜା, ମହାରାଜା ମାନଂକ ଦ୍ୱାରା ଶାସିତ ହୋଇଥିଲା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଉଦ୍ୟମରେ ସମସ୍ତ 565 ରାଜ୍ୟ ଗୁଡ଼ିକ ମିଶ୍ରଣ ହୋଇ 29 ଟି ରାଜ୍ୟ ଓ 8 ଟି କେନ୍ଦ୍ର ଶାସିତ ଅଞ୍ଚଳ ରେ ପରିଣତ ହେଲା।1949 ନଭେମ୍ବର 1 ତାରିଖ ରେ ସମସ୍ତ 565 ରାଜା  ମାନଙ୍କ ଅଧିନରେ ଥିବା ରାଜ୍ୟ ଗୁଡ଼ିକୁ ବିଭିନ୍ନ ପ୍ରଦେଶ ରେ ମିଶ୍ରଣ କରାଗଲା ଓ ଆମ ଗଡଜାତ ରାଜ୍ୟ ଗୁଡ଼ିକୁ ଓଡିଶା ରାଜ୍ୟ ରେ ମିଶେଇ ଦିଆଗଲା । ମୂଳ ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ ଭାବେ 1936 ରେ ମାନ୍ୟତା ପାଇଥିଲା। ଖଣିଜ ସମ୍ପଦ, ବିପୁଳ ରତ୍ନ ପଥର ରେ ଗଚ୍ଛିତ ଗଡଜାତ ରାଜ୍ୟ ଗୁଡ଼ିକ ଓଡିଶା ରେ ମିଶ୍ରଣ ଯୋଗୁଁ ଆଜି ଉପକୂଳ ଓଡିଶା ବିକଶିତ। ଓଡିଶା ରେ ମିଶ୍ରଣ ପରେ ପଶ୍ଚିମ ଓଡ଼ିଶାର ଗଡଜାତ ଜିଲ୍ଲା ଗୁଡ଼ିକ ପ୍ରତି ସମ୍ପୂର୍ଣ ଅବହେଳା କରାଯାଇଛି। ବ୍ରିଟିଶ ଶାସକ ମାନଙ୍କ ପରି ବିଭାଜନ ଓ ଶାସନ ପଦ୍ଧତି ଅନୁସରଣ କରି ବିଭିନ୍ନ ସମୟରେ ରାଜ୍ୟ ଶାସକ ମାନେ ଗଣତନ୍ତ୍ର ରାଷ୍ଟ୍ର ର ସାମାନ୍ୟ ତମ ମର୍ଯ୍ୟାଦା ଭୁଲି ଲଗାତାର ଅବହେଳା କରି ଚାଲି ଛନ୍ତି । ଏଇଥି ପାଇଁ ରାଜ୍ୟ ଶାସକ ଗୋଷ୍ଠୀ ଯେତେ ଦାୟୀ ରାଜ୍ୟର ପ୍ରଶାସନିକ କଳ ମଧ୍ୟ ସମ୍ ପରିମାଣ ରେ ଦାୟୀ। ତେବେ ଗୁଳାମି ମାନସିକତା ରୁ ଆଜି ଯାଏଁ ମୁକୁଳି ପାରି ନ ଥିବା ଆମ ଗଡଜାତ ଅଞ୍ଚଳ ର ନିର୍ବାଚିତ ପ୍ରତିନିଧି ମାନେ ନିଜ ଅଞ୍ଚଳ ର ବିକାଶ ପାଇଁ ଓ ଅଧିକାର ହାସଲ କରିବା ପାଇଁ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ଦଳୀୟ ରାଜନୀତି ର ଶିକାର ହୋଇ ତଥା କଥିତ ହାଇ କମାଣ୍ଡ ଙ୍କ ଚାଟୁ କାର ସାଜି ନିଜ ଅଞ୍ଚଳ ପ୍ରତି ଥିବା ଦାୟୀତ୍ବ ଭୁଲି ଯାଇଥାନ୍ତି। ଏଥିସହ ରାଜଧାନୀ ର ଚାକଚକ୍ୟ ରେ ଆତ୍ମ ବିଭୋର ହୋଇ ନିଜ ଅଞ୍ଚଳବାସୀ, ଭୋଟର ମାନଙ୍କ ସହ ମଧ୍ଯ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ବିଶ୍ଵାସଘାତ କରିଥାନ୍ତି । କାଁ ଭାଁ କେବେ ନିଜ ହକ ହାସଲ କରିବା ପାଇଁ ସ୍ୱର ଉତ୍ତୋଳନ ହେଲେ କୂଟନୀତି କ୍ଷମତା ପ୍ରୟୋଗ କରି ଚତୁରତା ସହ ପ୍ରଶାସନିକ କଳ ଙ୍କ ସହାୟତା ରେ ଦମନ କରିବା ପାଇଁ ମଧ୍ଯ ପଛ ଘୁଂଚା ଦିଅନ୍ତି ନାହିଁ । ଫଳରେ ଏହି ଗଡଜାତ ରାଜ୍ୟ ର ଜିଲ୍ଲା ଗୁଡ଼ିକ ଆଜିବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ସ୍ୱଚ୍ଛ ପାନୀୟ, ନିଯୁକ୍ତି ଭଳି ମୌଳିକ ଅଧିକାର ରୁ ବଞ୍ଚିତ ଅଛନ୍ତି। ଦେସ ର ସବୁଠୁ ଅଧିକ ଧାନ ଅମଳ କରୁଥିବା ଚାଷୀ ମାନେ ମଧ୍ୟ ସରକାର, ମିଲର, ଧନୀ ଲୁଟେରା ମାନଙ୍କ ଦ୍ବାରା ଲୁଣ୍ଠିତ ଓ ଶୋଷିତ ।

             ଯେବେ ଯେବେ ବିଶ୍ଵରେ ଶାସକ ଶୋଷକ, ଅତ୍ୟାଚାରୀ, ଲୁଟେରା ଶାସକ ହୋଇ ଶାଗୁଣା ଭଳି ନିଜ ଅଧିବାସୀ ମାନଙ୍କ ରକ୍ତ, ହାଡ, ମାଂସ ଗୁଡ଼ିକୁ ଖୁମ୍ପି ଖୁମ୍ପି ଖାଇଥାନ୍ତି ସେଇଠୁ  ଆରମ୍ଭ  ହୁଏ ଜନ ଆକ୍ରୋଶ ଓ ଅତ୍ୟାଚାରିତ, ଅବହେଳିତ ଓ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ମଧ୍ୟରେ  ଅସନ୍ତୋଷ,ବିଦ୍ରୋହ,  ଓ ବିପ୍ଳବ ହେବା ଏକ ସ୍ଵାଭାବିକ ପ୍ରକ୍ରିୟା ଅଟେ । ଆଜି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକ ର ସାଧାରଣ ଲୋକଙ୍କ ଭିତରେ ଜନ ଅସନ୍ତୋଷ ଓ ସରକାର ଙ୍କ ପ୍ରତି ଆକ୍ରୋଶ ବୃଦ୍ଧି ପାଇଛି । ଇଂରେଜ ଶାସନ ସମୟରେ 1857 ସିପାହୀ ବିଦ୍ରୋହ ପୂର୍ବରୁ ଏହି ଗଡଜାତ ରାଜ୍ୟ ମାନଙ୍କ ସୁଯୋଗ୍ୟ ସନ୍ତାନ ବୀର ସହିଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବୀର ସହିଦ ରେଣ୍ଡୋ ମାଝୀ, ସହିଦ ବୀର ଲକ୍ଷ୍ମଣ ନାୟକଙ୍କ ଭଳି ଅମୃତ ସନ୍ତାନ ମାନେ ସ୍ବାଧିନତା ଆନ୍ଦୋଳନ ର ମୂଳଦୂଆ ପକେଇ ଥିଲେ ତଥାପି ଏହି ଅବହେଳିତ ଗଡଜାତ ଅଞ୍ଚଳ ର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ସହିଦ ମାନ୍ୟତା ପ୍ରଦାନ କରି ନାହାନ୍ତି ।

   ଓଡିଶା ପ୍ରଦେଶ ରେ ମିଶ୍ରଣ ରୁ ଆଜି ଯାଏଁ ଲଗାତାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅବହେଳା ଏବେ କୁହୁଲିବା ଆରମ୍ଭ କରିଛି। ନିଆଁ ନ ଥିଲେ ଧୁଆଁ ବାହାରେ ନାହିଁ , ସେହିପରି   73 ବର୍ଷରୁ ଅଧିକ ବର୍ଷ ଧରି ଅବହେଳିତ, ଅତ୍ୟାଚାରିତ , ବେକାର ଯୁବବର୍ଗ ମାନଙ୍କ ମଧ୍ୟରେ ବିଦ୍ରୋହ ର ବହ୍ନି ଜଳିବା ଆରମ୍ଭ ଏକ ସ୍ଵାଭାବିକ ପ୍ରକ୍ରିୟା ଅଟେ । ମାଁ ଛୁଆ ନ କାନ୍ଦିଲେ କ୍ଷୀର ମଧ୍ୟ ଦିଏ ନାହିଁ ସେହି ପରି ଅତ୍ୟାଚାର, ଶୋଷଣ ଓ ମୌଳିକ ଅଧିକାର ରୁ ପିଢ଼ି ପିଢ଼ି ଧରି ବଞ୍ଚିତ ହେଲେ ବିଦୋହ ହେବା ସ୍ଵାଭାବିକ।

ଆଜି ବି ଠିକ ସେହି ଅବସ୍ଥା ହୋଇଛି, ସମଗ୍ର ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କ ରେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ଡାକରା ଦିଆ ଯାଇଛି । ତେବେ ଓଡିଶା ରେ ବିଭିନ୍ନ ରାଜନୈତିକ ଦଳର ଏହି ବନ୍ଦ କୁ ନେଇ କୌଣସି ପ୍ରତିକ୍ରିୟା କିମ୍ଵା ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ସାଧାରଣ ଲୋକଙ୍କ ତୀବ୍ର ପ୍ରତିକ୍ରିୟା  ଆଗରେ ଶାସକ ଓ ବିରୋଧୀ ଦଳ ଗୁଡ଼ିକ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କୁ ବିରୋଧ କିମ୍ଵା ସମର୍ଥନ କରି ପାରୁ ନାହାଁନ୍ତି।

         ରାଜ୍ୟ ଶାସକ ଗୋଷ୍ଠୀ ଓ ବିରୋଧୀ ରାଜନୈତିକ ଦଳ ଗୁଡ଼ିକ ଙ୍କ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଭୂମିକା କିପରି ରହିବ, ସମ୍ପ୍ରତି ଅଞ୍ଚଳ ବାସୀ ଙ୍କ ନ୍ୟାର୍ଯ୍ୟ ଦାବି କୁ ନେଇ ଚକ୍ରବ୍ୟୁହ ରେ ରାଜନେତା ଓ ରାଜନୈତିକ ଦଳ ଗୁଡିକ ଫଶୀ ସାରିଛନ୍ତି।

ସମସ୍ତ  ରାଜନୈତିକ ଦଳ ମାନଙ୍କ ନିଷ୍ପତ୍ତି ଓ ପଦକ୍ଷେପ କୁ ନେଇ ସାଧାରଣ ଲୋକ ଚାହିଁ ରହିଛନ୍ତି। ତେବେ ଗଡଜାତ ଅଞ୍ଚଳ ର ଯୁବ ବର୍ଗ ଙ୍କ ମଧ୍ୟରେ ବିଦ୍ରୋହ ଆରମ୍ଭ ମାତ୍ର  , ଆଗମୀ ଦିନରେ ଏହି ଆନ୍ଦୋଳନ କେଉଁ ରୂପ ଧାରଣ କରିବ ସମୟ କହିବ।


ମହମ୍ମଦ ଅଲ୍ଲୀ ଖାଁ, 

ବରିଷ୍ଠ ସାମ୍ବାଦିକ, 

ମୂଖ୍ୟ ସଂପାଦକ, 

ତର୍ଜମା ନ୍ୟୂଜ...

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe