//BREAKING//
Loading...

ମନରେଗା ର ମହାଦୁର୍ନୀତି, କାର୍ଯ୍ୟସ୍ଥଳରେ ନାହିଁ ସୂଚନା ଫଳକ,

 ମନରେଗା ର ମହାଦୁର୍ନୀତି,  କାର୍ଯ୍ୟସ୍ଥଳରେ ନାହିଁ ସୂଚନା ଫଳକ,


 ଅନୁମତି ନଥାଇ ବନାଞ୍ଚଳରେ କାର୍ଯ୍ୟ, 


କଳାହାଣ୍ଡି -୧୬/୧୧(ଆପ୍ର) କଳାହାଣ୍ଡି ଜିଲ୍ଲାରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଫେଲ ହେବାରେ ଲାଗିଛି, କର୍ମଚାରୀ ମାନଙ୍କ ମାନସିକତାରେ ପରିବର୍ତ୍ତନ ନହେବାରୁ ଏଭଳି ଜନହିତକର ଯୋଜନା ଲୋକାଭିମୁଖୀ ହୋଇ ପାରୁନାହିଁ,ଫଲରେ ଲୋକେ ଦାଦନ ମୁହାଁ ହେବାରେ ଲାଗିଛନ୍ତି,ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଏହି ଜିଲ୍ଲା ସଦରମହକୁମାର ଭବାନୀପାଟଣା ବ୍ଳକ ମାଲଗାଁ ପଞ୍ଚାୟତ, ପଞ୍ଚାୟତର ଜିଆରଏସ ସିଂଝରଣ ଠାରେ ଥିବା ସଂରକ୍ଷିତ ବନାଞ୍ଚଳର ୧୦ ହେକ୍ଟର ଜମିରେ ଟାକା ଟ୍ରେଞ୍ଜ କାମ ୧୦ଲକ୍ଷ ଟଙ୍କା ଅଟକଳରେ କରିଛନ୍ତି, ଏଥିରୁ ୮ଲକ୍ଷ ୭୪ହଜାର ୯୨୦ଟଙ୍କା ଗତ ୧୧ତାରିଖ ଜୁଲାଇ ମାସରେ ଉଠାଇ ସାରିଛନ୍ତି, ଏଥିରେ ସେ ୪୯ଗୋଟି ମଷ୍ଟରରୋଲ ବ୍ୟବହାର କରି ୪୬୮ଜଣ ଶ୍ରମିକ ନିୟୋଜିତ ସହ ୨୬୪୭ ଦିନର କାମ ଯୋଗାଇ ଥିବା ଦର୍ଶାଇଛନ୍ତି, ହେଲେ କାମର ପ୍ରାୟ ସମସ୍ତ ଟଙ୍କା ଉଠାଣ ହୋଇଥିଲେ ବି ଆଜିଯାଏଁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇ ନାହିଁ, ସବୁଠୁଁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଏହିଯେ ଏତେ ଟଙ୍କା ବିଲ୍ ହେବା ସତ୍ତ୍ୱେ ଶ୍ରମିକ ମାନେ ବିଗତ ତିନି ମାସ ହେବ ସେମାନଙ୍କ ମଜୁରୀ ପାଇନଥିବା ଅଭିଯୋଗ କରିଛନ୍ତି,ବିଲ ଦସ୍ତାବିଜରେ ଖାତା ଓ ପ୍ଲଟ ନଥିବା ତଥ୍ୟ ରଖିଥିବା ବେଳେ ବନବିଭାଗର ସଂରକ୍ଷିତ ଜଙ୍ଗଲରେ ଏହି କାମ କରିବାକୁ ଅନୁମତି କିଏ ଦେଲା ଏହି ପ୍ରଶ୍ନର ଉତ୍ତର ଖୋଜିଲେ ମିଲିପାରୁ ନାହିଁ, ଏଥିପାଇଁ ବନ ବିଭାଗରେ ମଧ୍ୟ ପର୍ଯ୍ୟାପ୍ତ ଅର୍ଥରାଶି ରହିଥିବା ସତ୍ତ୍ୱେ ପଞ୍ଚାୟତ ଏହି ସ୍ଥାନରେ କାମ କରିବାକୁ ଆଗେଇ ଆସିବା ଘଟଣା ରହସ୍ୟାବୃତ୍ତ ମନେ ହେଉଛି,ଖୋଦ ଜିଲ୍ଲା ସଦରମହକୁମା ବ୍ଳକରେ ଯଦି ଏମିତି ଦୁର୍ନୀତି, ଯେଉଁଠି ଜିଲ୍ଲାର ମୂରବୀ ମାନେ ଅବସ୍ଥାପିତ ହୋଇଛନ୍ତି ସେଭଲି ସ୍ଥାନରେ ତେବେ ଜିଲ୍ଲା କେଉଁ ଦିଶାରେ ଅଗ୍ରଗତି ତାହା ସହଯେ ହିଁ ଏଥିରୁ ଅନୁମେୟ, ଏହାର ଭିଜିଲାନ୍ସ ତଦନ୍ତ ହେଲେ ସତ୍ୟତା ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe