କଲମପୁର ବ୍ଲକରେ ୭୪ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ !!!
(ତର୍ଜମା ନ୍ୟୂଜ )
କଲମପୁର:-----
କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ
କଲମପୁର ବ୍ଲକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ମିଳିତ ୭୪ତମ ସମ୍ବିଧାନ ଦିବସ ପାଳନ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଭାରତ ମୁକ୍ତି ମୋର୍ଚ୍ଚା, କଳାହାଣ୍ଡି ଜିଲ୍ଲା ଉପସଭାପତି ମାଧବ ସୁନାନୀଙ୍କ ନେତୃତ୍ବରେ, ଅନୁସୂଚିତ ଜାତି ବିକାଶ ପରିଷଦ ଉପସଭାପତି ଶ୍ରୀକାନ୍ତ ଛତ୍ରିଆ,ଭାରତ ମୁକ୍ତି ମୋର୍ଚ୍ଚା କଳମପୁର ବ୍ଳକ କୋଷାଧ୍ୟକ୍ଷ ପ୍ରଶାନ୍ତ ମାଝୀ, ସମ୍ପାଦକ ସେନାପତି ନାଏକ, ଉପସଭାପତି ଦୁଃଖୀରାମ ମାଝୀ, ଗରିଷ୍ଠ ବାମସେଫ କର୍ମକର୍ତ୍ତା କରୁଣାକର ଚିନ୍ଦା, ଗାଁ ଗାଁ ବୁଲି ସମ୍ବିଧାନ ଦିବସ ପାଳନ ପାଇଁ ଜନସଚେତନତା ସୃଷ୍ଟି କରିଥିଲେ। ଆଜି ଗରିଷ୍ଠ ବାମସେଫ କର୍ମକର୍ତ୍ତା କରୁଣାକର ଚିନ୍ଦାଙ୍କ ସଭାପତିତ୍ବରେ କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ, ଆଦିବାସୀ ସଂଘ, ଓବିସି ସଂଘ ଓ ଧର୍ମପରିବର୍ତ୍ତୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଶହ ଶହ ଜନସାଧାରଣ ଉପସ୍ଥିତ ରହି ୭୪ତମ ସମ୍ବିଧାନ ଦିବସ ପାଳନ କରିଥିଲେ। ସମ୍ବିଧାନ ଦେଶର ସମସ୍ତ ନାଗରିକ ସହିତ ଜଲ ବାୟୁ ପଶୁ ପକ୍ଷୀ ବୃକ୍ଷଳତାକୁ ମଧ୍ୟ ବନ୍ଚାଇବା ଅଧିକାର ଦେଇଛି, କିଛି ଳୋକ ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବିଧାନକୁ ଦୋଷ ଦେଇ, ସାମ୍ବିଧାନିକ ଅଧିକାର ପାଇବାରୁ ଦେଶବାସୀଙ୍କୁ ବନ୍ଚିତ ରଖିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଦେଶର ପଶୁପକ୍ଷୀ ମାନଙ୍କ ଗଣନା ହେଉଛି କିନ୍ତୁ ଓବିସି ମାନଙ୍କ ଜନଗଣନା ହୋଇପାରୁ ନାହିଁ, ଯଦି ଜନଗଣନା ହୁଅନ୍ତା, ତେବେ ୫୨% ଓବିସି ଶିକ୍ଷା, ଚାକିରି, ସମ୍ପତ୍ତି ରେ ଲାଭବାନ ହୋଇପାରନ୍ତେ। ସେହିଭଳି ଆଦିବାସୀ ମାନଙ୍କ ଜଲ ଜଙ୍ଗଲ ଜମି ଅଧିକାରରୁ ଛଡ଼ାଇ ନିଆଯାଉଛି, ଅନୁସୂଚି ୫ଓ ୬ ରେ ବର୍ଣିତ ଅଧିକାର ଆଦିବାସୀଙ୍କୁ ଦିଆଯାଉନାହିଁ। ନିକଟ ଅତୀତରେ ଆଦିବାସୀ ଜମିକୁ ଅଣ ଆଦିବାସୀ ହାତରେ ଟେକି ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଠିକ୍ ସେହିଭଳି ଏସ ସି ମାନଙ୍କ ପ୍ରତି ଜାତି ଧର୍ମ ଭେଦଭାବ ଆଜି ମଧ୍ୟ ଦେଶର ମୂଳ ସମସ୍ୟା ହୋଇଛି, ସଂଖ୍ୟାଳଘୁ ମାନଙ୍କୁ ଅଣଦେଖା କରାଯାଉଛି ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଭାବେ କରୁଣାକର ଚିନ୍ଦା, ମୁଖ୍ୟ ଅତିଥି ବିଜୟ କୁମାର ମାଡାଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲମପୁର, ମୁଖ୍ୟବକ୍ତା ଆଇନଜୀବୀ ଜିତେନ୍ଦ୍ର ସାହୁ, ଅନ୍ୟତମ ମୁଖ୍ୟବକ୍ତା କମଳିନୀ ଯାଦବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାରତ ମୁକ୍ତି ମୋର୍ଚ୍ଚା ନୂଆଦିଲ୍ଲୀ,
ସମ୍ମାନୀତ ଅତିଥି - ଡ଼ଃ ଶିବାଶିଷ ସ୍ବାଇଁ, ଜତିନ୍ଦ୍ର କର, ଦୁଃଖୀରାମ ମାଝୀ, ମଣ୍ଟୁ ମାଝୀ,ଚନ୍ଦ୍ର ଗୋପାଳ, ମହେନ୍ଦ୍ର ଧଙ୍ଗଡା ମାଝୀ, କୃଷ୍ଣଚନ୍ଦ୍ର ନିଆଲ, ରମେଶ ଚନ୍ଦ୍ର ନିଆଲ,ବିନୋଦ ଛତ୍ରିଆ, ଶତୃଘନ ବାଗ, ଦୟାନିଧି ବାଣୁଆ, କୁଶ ଶବର, ମଞ୍ଚ ପରିଚାଳନା ପ୍ରଶାନ୍ତ ମାଝୀ ଓ ମାଧବ ସୁନାନୀ।
ଅତିଥି ପରିଚୟ ବଳରାମ ଦୁର୍ଗା,
ଧନ୍ୟବାଦ ଅର୍ପଣ ସେନାପତି ନାଏକ କରିଥିଲେ।



Post a Comment