//BREAKING//
Loading...

ଜୟପାଟଣା ବ୍ଳକ ବଡ଼ ଅଫିସର ବାବୁ ମାନଙ୍କ ଲୋଭ ରେ ଫସି ଯାଉଛନ୍ତି ଛୋଟ କର୍ମଚାରୀ

 ଜୟପାଟଣା ବ୍ଳକ ବଡ଼ ଅଫିସର ବାବୁ ମାନଙ୍କ  ଲୋଭ ରେ ଫସି ଯାଉଛନ୍ତି ଛୋଟ  କର୍ମଚାରୀ



 ଜୟପାଟଣା -ଭିଜିଲାନ୍ସ ଜାଲରେ ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ କର୍ଲାକୋଟ ଜି .ଆର. ଏସ ,ମାର୍ଗରେଟ ପାଣିଗ୍ରାହୀ ଗତ ୨୩/୧୧/୨୩ ଦିନ ମନରେଗା ର ପୋଖରୀ କାମ ପାଇଁ ସିଲାଇଯୋର୍ ଗ୍ରାମ ର ବାବୁଲି ହରିଜନ ଙ୍କୁ ଘର କୁ ଡ଼ାକି ୧୫୦୦୦ ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି , ଜୟପୁର ଉଭୟ ଭିଜିଲାନ୍ସ ଙ୍କ ସହ ଯୋଗରେ ମୁଖିଗୁଡ଼ା ବାସ ଭବନ ରେ ମାଡ଼ି ବସି ଟଙ୍କା ଜବତ କରିବା ସହ ବିଲ୍ ବୁକ୍ ଗୁଡ଼ିକ ସହିତ ବିଭିନ୍ନ କାଗଜ ପତ୍ର ଜବତ କରି ଗରିଫ କରିଥିଲା। କିଛି ସମୟ ପରେ ଜି .ଆର. ଏସ ,ମାର୍ଗରେଟ ପାଣିଗ୍ରାହୀ ଅଡିଓ କଲ ଭାଇରଲ ହୋଈ ଜୟପାଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ତାହା ଜୟପାଟଣା ବ୍ଲକ ପ୍ରଶାସନ ର କିଛି ଲାଭ ଖୋର ଲାଞ୍ଚୁଆ ଅଧିକାରୀ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ସାମିଲ୍ ଥାଇ ପିସି କାରବାର ରେ l ଲାଞ୍ଚ ମାଗୁଥିବା ଜଣା ପଡ଼ିଛି। ଏନେଇ ଜି ଆର୍ ଏସ ଙ୍କ ଅଡିଓ କଲ ବୟାନ କରୁଛି। ଏଥିରେ ଛୋଟ ମୋଟ କାମ ପାଇଁ ମାଗୁଛ ନ୍ତି ଘୁସ୍ ଟଙ୍କା ନଦେଲେ ଫାଇଲ୍ ବନ୍ଦ ଲାଞ୍ଚ ଦେଲେ କାମ । ସରକାରୀ ଚାକିରି କୁ ପ୍ରବଳ ଉପରି ଲୋଭ ମୋଟା ଅଙ୍କର ପାଉଛନ୍ତି ଦରମା କିନ୍ତୁ ମନ ଭରୁନି ଜମା। ଉପୁରୀ ପଇସା ରେ ମାଲେ ମାଲ ହୋଇ ବଡ ଘର,ଗାଡ଼ି ମଟର ସହ ପରିବାର କୁ କରୁଛିନ୍ତି ଖୁସି, କିଛି ବି କାମ ବିନା ହାତ ଗୁଞ୍ଜା ରେ ହେଉନି କାମ ଛୋଟ କର୍ମଚାରୀ ଠୁ ବଡ ଅଧିକାରୀ ବାବୁ ମାନଙ୍କ ପାଇଁ ଉପରି ଟଙ୍କା ଭାରି ଆଗ୍ରହ ମୋଟା ଦରମା ପାଇଲେ ବି ଛାଡୁନି ଲୋଭ ଏଥି ପାଇଁ ଜୟପାଟଣା ବ୍ଳକ ଅଧୀନ ରେ ଥିବା ସରକାରୀ ବାବୁ ହୋଇ ଗଲେଣି ଲାଞ୍ଚୂଆ ।ଟଙ୍କା ପାଇଁ କାହାକୁ ବି ଛାଡୁ ନାହାନ୍ତି । ଏ ନେଇ ନିରିହ ଲୋକ ଠୁ ଆରମ୍ଭ କରି ହିତାଧିକାରୀ ହେଉଛନ୍ତି ହଇରାଣ। ଶେଷର ଜବ କାର୍ଡ ଧାରୀ ଙ୍କୁ ଅଳ୍ପ ଟଙ୍କା ରେ ଲୋଭ ଦେଖାଇ ବା ସହ ଜବ କାର୍ଡ ସଂଗ୍ରହ କରି ବିନା ଅଜାଣତ ରେ ବି ହୋଇ ନଥିବା କାମ କୁ ବି ଠିକ୍ ଦର୍ଶାଇ ଟଙ୍କା କୁ ଆତ୍ମସାତ କରୁଛନ୍ତି ଜୟପାଟଣା ବ୍ଳକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ଜି ଆର୍ ଏସ ମାନେ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ଲୋଭ ରେ ପଡ଼ି କାମ କରି ଲାଞ୍ଚ କାରବାର ଲିପ୍ତ ରହୁଛିନ୍ତି। ଲାଞ୍ଚ ଦେଲେ କାମ ଆଗକୁ ବଡୁଛି ନ ହେଲେ ନାହିଁ । ଶେଷରେ ଛୋଟ କର୍ମଚାରୀ ମାନଙ୍କୁ ଏହି ଲାଞ୍ଚ କାରବାର ରେ ବଡ ଅଧିକାରୀ ବାବୁ ମାନେ କିଛି ଟଙ୍କା ପାଇବା ଆଶା ରେ ଫସେଇ ଦେଉଛନ୍ତି ।ଏହି ସବୁ ଦୁର୍ନୀତି କୁ ରୋକିବା ସହ ଜି ଆର୍ ଏସ ଙ୍କ ଅଡିଓ କଲ କୁ ଆଧାର କରି ବ୍ଲକ ପ୍ରଶାସନ ଉପରେ କଳାହାଣ୍ଡି ଭିଜିଲାନ୍ସ ତଦନ୍ତ କଲେ ଏହାର ସତ୍ୟା ସତ୍ୟ ଆଗକୁ ଆହୁରି ବଡିବା ସହ ଦୁର୍ନିତି ର ପର୍ଦାଫସ ହେବ ବୋଲି ବୁଦ୍ଧି ଜିବୀ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe