//BREAKING//
Loading...

ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !!!

 ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !!!



କଲମପୁର:----

( ତର୍ଜମା ନ୍ୟୂଜ )


 କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଲମପୁର ବ୍ଲକ ପରିସରରେ  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସମାଜ ମଙ୍ଗଳ ଅଧିକାରୀଣୀ କ୍ଷିତିସୁତା ମେହେରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ କଲମପୁର ବିଡ଼ିଓ ବିଜୟ  କୁମାର ମାଣ୍ଡାଙ୍ଗି,ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ , ଉପାଧ୍ୟକ୍ଷ ଚିନ୍ତାମଣି ବେହେରା , ମୂଖ୍ୟ କିରାଣୀ  ବୈକୁଣ୍ଠ ବାଗ ,   ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁର , ଟେକ୍ନିସିଆନ୍   ନିବେଦିତା ସାହୁ , କମ୍ପୁଟର ସହାୟକ ଲକ୍ଷପତି ପୁଝାରୀ , ଏକାଉଟେଣ୍ଟ୍ ରମେଶ ଜେନା , ମୁବିଲିଟୀ ଇନସ୍ଟଟର ନିବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ  

ଥିଲେ । ଶିବିରରେ କଲମପୁର ବ୍ଲକର ୧୧ଟି ପଞ୍ଚାୟତରୁ ଆସିଥିବା ୪୪୭ ଜଣ

ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ୨୧୩ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର

ପ୍ରଦାନ କରାଯାଇଥିବା ବେଳେ୨୦ ଜଣଙ୍କୁ ବସ ପାସ ଓ ୨୦ଜଣଙ୍କୁ ଟ୍ରେନ ପାସ ଦିଆଯାଇଥିଲା । ଭତ୍ତା ପାଇ ୧୮ଜଣ , ଘର ପାଇବା ପାଇଁ ୬୦ଜଣ ଆବେଦନ କରିଥିଲେ । ୭ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଶିବିରରେ କଲମପୁର ବ୍ଲକ ଅଞ୍ଚଳରୁ  ଜନସାଧାରଣ ତଥା ଭିନ୍ନକ୍ଷମ ମାନେ ଯୋଗଦାନ୍ କରିଥିଲେ । ଶିବିରରେ ଅର୍ଥପେଡି ବିଭାଗରୁ ଡାକ୍ତର ସୁନିଲ କୁମାର ପାଢ଼ୀ , ଇଏନଟି ବିଭାଗରୁ ପ୍ରଦ୍ୟୁମ୍ନ କିଶୋର ପଣ୍ଡା , ତଥା ଡାକ୍ତର ଅନନ୍ତ ଚରଣ ମେହେର , ଡାକ୍ତର ସମୀର ଦାସ , ଡାକ୍ତର ବାଦଲ କୁମାର ପଟ୍ଟନାୟକ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଡାକ୍ତରୀ ପରୀକ୍ଷା କରିଥିଲେ । ଅନ୍ୟପକ୍ଷରେ ପ୍ରଚାର ପ୍ରସାର ଅଭାବ ସତ୍ତ୍ୱେ ଲୋକଭିଡ ଅଧିକ ରହିଥିଲା, ଭିନ୍ନ କ୍ଷମ ମାନେ ଭିଡ ଭିତରେ ଅସହାୟ ହୋଇ ପଡିଥିବା ବେଳେ ବିଭାଗୀୟ ଅଧିକାରୀ ଏନେଇ ନୀରବ ଦ୍ରଷ୍ଟା ସାଜିଥିଲେ, ଆଜି କୋହୋଳା ପାଗ ସକାଳୁ ଲାଗି ରହିଥିଲା,ବୟସାଧିକ ଲୋକେ ଅସହଜ ହୋଇ ପଡିଥିଲେ ଏଥିରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇ ନ ଥିଲା ବିଭାଗୀୟ ଅଧିକାରୀ ମାନେ ଭିତରେ ବସି ଖାଇଲେ, ହେଲେ ଏହି ଭିନ୍ନକ୍ଷମ ମାନେ ଦିବା ୨ଟା ପରେ ଧାଡିବାନ୍ଧି ଖାଇଲା ବେଳକୁ ଅପରାହ୍ନ ୩ଟା ଅତିକ୍ରମ କରିଗଲା, ବିପୁଳ ଟଙ୍କା ଆସିଥିବା ବେଳେ ଖାଦ୍ୟପେୟର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe