କଳାହାଣ୍ଡି ମୂଖ୍ୟ ସଦର ବ୍ଳକ କାର୍ଯ୍ୟାଳୟ ପରିସରମଦ୍ୟପ ଙ୍କ ଆଡ୍ଡା ସ୍ଥଳୀ:
ଭବାନୀ ପାଟଣା:----
(ତର୍ଜମା ନ୍ୟୂଜ )
ଏପରି ଲଜ୍ୟାକର ଘଟଣା ଗ୍ରାମାଞ୍ଚଳରେ ନୁହେଁ, ଖୋଦ୍ ଜିଲ୍ଲା ମୂଖ୍ୟ ସଦର ମହକୁମାରେ ଦେଖିବାକୁ ମିଳିଛି, ଯେଉଁଠି ଜିଲ୍ଲା ସ୍ତରୀୟ ପ୍ରଶାସକ ମାନେ ରହୁଛନ୍ତି, ସେପରି ସ୍ଥାନରେ ଏପରି ଘଟଣା ଜିଲ୍ଲା ପ୍ରଶାସନକୁ ଉପହାସ କରୁଛି, ଆଜି ଶୁକ୍ରବାର ଦିନ ଭବାନୀପାଟଣା ବ୍ଳକ କାର୍ଯ୍ୟାଳୟରେ କିଛି ମଦ୍ୟପ ମଦ୍ୟପାନ କରି ଜିପିଓ ଦପ୍ତର ସମ୍ମୁଖରେ ବୋତଲ ଏକପେଗ ମଦ ଓ ଚାଖନା ଛାଡ଼ିଦେଇ ଚାଲି ଗଲେ, ସମୟ ଥିଲା ଦିବା ୧୨ ଘଣ୍ଟା ପର୍ଯ୍ୟନ୍ତ କାହାର ନଜର ପଡିଲା ନାହିଁ । କୌଣସି ସୂତ୍ର ରୁ ଖବର ପାଇ ତର୍ଜମା ପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ଭିତରେ ପହଞ୍ଚିବା ବେଳେ ବ୍ଲକ୍ ବିଡ଼ିଓ ମହଶୟା ଅଞ୍ଚଳ ଗ୍ରସ୍ତ ରେ ଥିଲେ । ଲୋକେ ଦିବା ଗୋଟାଏ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିଚାଲିଥିଲେ, ହେଲେ କେହି ଏହା ନିନ୍ଦନୀୟ କାର୍ଯ୍ୟ ବୋଲି ମଧ୍ୟ କହିଲେ ନାହିଁ,ଟୁପୁରୁ ଟାପୁରୁରେ ଏ ଅଶୋଭନୀୟ କାର୍ଯ୍ୟ ସୀମିତ ରହିଲା, କିଛି ଗଣମାଧ୍ୟମ ପ୍ରତିନିଧି ଏପ୍ରସଙ୍ଗରେ ଖବର ନେବାକୁ ଆଗ୍ରହ ପ୍ରକାଶ କଲେ, ହେଲେ ଯେଉଁ ଜିପିଓ ମହାଶୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସବୁ ସାମଗ୍ରୀ ପଡ଼ିରହିଥିଲା ସେହି ଜିପିଓ ଉତ୍ତର ରଖିବେ କ'ଣ ଲଞ୍ଚ ଟାଇମ କହି କାର୍ଯ୍ୟାଳୟ ଫାଟକ ବନ୍ଦ କରି ସ୍କୁଟି ଗାଡ଼ିରେ ଚଡି ଚାଲିଗଲେ,ଏହା ସହିତ ସମ୍ପୂର୍ଣ ସଦର ବ୍ଳକ କାର୍ଯ୍ୟାଳୟ କର୍ମଚାରୀ ଶୂନ୍ୟ ହୋଇ ପଡ଼ି ମଧ୍ୟାହ୍ନ ଭୋଜନ ବାହାନା ରେ ଏକ ରକମ କାର୍ଯ୍ୟାଳୟ ର ସମସ୍ତ କୋଠରୀ ରେ ତାଲା ପକାଇ ଚାଲି ଗଲେ, ତେବେ ଏହା କି ପ୍ରକାର ଜନସେବା ତାହା ବୁଝାପଡୁନଥିବା ବେଳେ ଏହା ଏଠାରେ ନିତିଦିନିଆ ଘଟଣା ବୋଲି ଲୋକେ କୁହାକୁହି ହେଉଥିଲେ । ଯଦି ଜିଲ୍ଲାର ସଦର ମହକୁମା ଅବସ୍ଥା ଏପରି ତେବେ ଆଉ କାହାକୁ କହିବା, ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ କି ଭଗବାନ ଭରସାରେ ଛାଡିଦେବେ ତାହା ଆଗାମୀ ଦିନରେ ଜଣା ପଡିବ । ସଦର ବ୍ଳକ ଭଳି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟାଳୟ ରେ ସାଧାରଣ ବ୍ଲକ୍ ଅଞ୍ଚଳ ର ଅଧିବାସୀ ଙ୍କ ବଦଳ ରେ ତଥା କଥିତ ଠିକାଦାର, ଠିକାଦାର ଙ୍କ ଦଲାଲ ଗୋଷ୍ଠୀ, ଯନ୍ତ୍ରୀ ମାନଙ୍କ ପୋଷା ମାନଙ୍କ ଭିଡ ଦେଖିବାକୁ ମିଳୁଛି ।
ବିଡ଼ିଓ ଙ୍କ ଅନୁପସ୍ଥିତି ରେ ସମ୍ପୂର୍ଣ କାର୍ଯ୍ୟାଳୟ ଏକ ସାପ୍ତାହିକ ବଜାର ସଦୃଶ ହୋଇ ପଡ଼ି ଅସାମାଜିକ, ମଦ୍ୟପ ମାନଙ୍କ ଆଡ୍ଡା ରେ ପରିଣତ ହୋଇଛି ।
ଜିଲ୍ଳା ପ୍ରଶାସନ ଓ ସଦର ବିଡ଼ିଓ ଏପରି ଲଜ୍ଜ୍ୟାକର ଘଟଣା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି।





Post a Comment