ରାଉରକେଲା, ସେକ୍ଟର ୬ସ୍ଥିତ ସରକାରୀ ହାଇସ୍କୁଲର ୪୮ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଙ୍କ ସଭାପତିତ୍ବ ଓ ଶିକ୍ଷକ ନିରଞ୍ଜନ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ବାଇଁ ଓ ଅନ୍ୟତମ ଅତିଥି ଭାବେ ସୁଧୀର ସୁନ୍ଦରରାୟ, ସିଆରସିସି ଦୀପକ କୁମାର ସାମଲ, ସମାଜସେବୀ ଦିଲ୍ଲିପ ଦାଶ, ଗଣେଶ୍ୱର ରାୟ ପ୍ରମୁଖ ଯୋଗଦେଇ ଥିଲେ। ମୁଖ୍ୟଅତିଥି ଶ୍ରୀ ତରାଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ କହିଲେ ଯେ ଏହି ବିଦ୍ୟାଳୟ ହେଉଛି ମୋ ପାଇଁ ମନ୍ଦିର ଓ ଏହି ମାଟି ମୋ ପାଇଁ ପବିତ୍ର।
ସେହିପରି ଛାତ୍ର ଛାତ୍ରୀ ମାନେ ଉତ୍ତମ ଚରିତ୍ର ଗଠନ ସହ ପାଠ ଓ ଖେଳକୁଦ ପ୍ରତି ଆଗ୍ରହ ରଖିବା ଦରକାର। ସମ୍ମାନିତ ଅତିଥି ଓ ଅନ୍ୟଅତିଥି ମାନେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସ୍ନେହମୟୀ ସାମଲ ଓ ଜେନିପ୍ରିୟା ଲାକ୍ରା ପରିଚାଳନା କରିଥିଲେ । ଚଳିତ ଥର ଏଚଏସସି ରେ ସର୍ବାଧିକ ନମ୍ବର ରଖିଥିବା ଭୂବନ ଅଡାପା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ସର୍ବଶ୍ରୀ ମୁରଲୀଧର ବେହେରା , ତୃପ୍ତିମୟୀ ଦ୍ବିବେଦୀ, ସତ୍ୟବ୍ରତ ସାହୁ, ନିରନ୍ତର ହରୋ, ପାର୍ବତୀ ବାରିକ, ଆରତୀ ଷଡ଼ଙ୍ଗୀ, ପୁଷ୍ପା ତନ୍ତୀ, ସୈ।ମିତ୍ରୀ ମିଶ୍ର, ଅନିରୁଦ୍ଧ ସାହୁ , ଜଗନ୍ନାଥ ପରିଡ଼ା, ନିରଞ୍ଜନ ପରିଡ଼ା, ପ୍ରୀତି ନନ୍ଦା, ଶ୍ରଦ୍ଧାଞ୍ଜଳି କର, ସୁଜାତା ଜେନା, ଗୈାରବ ମହନ୍ତ, ବବିତା ଜେନା, ନିବେଦିତା ଶତପଥୀ, ସୁମିତ୍ରା ବଡାଇକ,ରୋଶନୀ ଏକ୍କା,ବିଶ୍ବସ୍ବରୁପ ସାହୁ, ଅମ୍ବିକା ବାରିକ ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Post a Comment