ଟୋକନ ନ ଆସିବାରୁ ଚାଷୀଙ୍କ ଆତ୍ମହୁତି ଧମକ, ମହାପ୍ରଭୁ ବି ବାଦ ପଡ଼ିଲେନି ଧାନ ମଣ୍ଡି ଅବ୍ୟବସ୍ଥା ଭିତର !!
କଲମପୁର:-----
( ତର୍ଜମା ନ୍ୟୁଜ୍)
କଳାହାଣ୍ଡି ଜିଲ୍ଲାରେ ଖରିପ ଧାନ କିଣା ରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଘେରରେ
ସ୍ୱୟଂ ମହାପ୍ରଭୁ ବି
ଛନ୍ଦି ହୋଇପଡିଛନ୍ତି । ଭୁଲ କାହାର ଭୋଗିବ କିଏ, ଏଠାରେ ଦୋଷଦେବା କାହାକୁ, ଉତ୍ତରଦାୟୀ ହେବ କିଏ, ଏହାହିଁ ଏଠାରେ ଜଟିଲ ପ୍ରଶ୍ନ । କଲମପୁର ବିଜେ ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପ୍ରତି ବର୍ଷ ଲିଜସୂତ୍ରରେ ଚାଷ କରିବାକୁ ଆଗ୍ରହୀ ଚାଷୀମାନଙ୍କ ଦିଆହୋଇ ଆସୁଛି । ଏହାର ପରିଚାଳନା ଦାୟିତ୍ୱ ସ୍ଥାନୀୟ ତହସିଲଦାରଙ୍କ ହସ୍ତରେ ନ୍ୟସ୍ତ ରହିଛି,ଏପରିପେକ୍ଷିରେ ଚଲିତ ବର୍ଷ ଲିଜ ନେଇଛନ୍ତି ରାଧେଶ୍ୟାମ ଶର୍ମା ନାମକ ଜନୈକ ଚାଷୀ,ସେ ଚାଷକରି ବିକ୍ରି କରିବାକୁ ବାରମ୍ବାର ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇପଡିଲେଣୀ ଅଥଚ ତାଙ୍କ ଧାନ ବିକ୍ରି ହୋଇପାରୁନାହିଁ,ଏହାର କାରଣ ହେଲା ଯେତେ କାଗଜପତ୍ର ଦାଖଲ କଲେ ବି ଟୋକନ ଆସିପାରି ନାହିଁ । ପ୍ରଶାସନ କେବଳ ଆଶ୍ଵାସନା ଦେଇଛି । ଅପେକ୍ଷା କର ଆସିଯିବ, ହେଲେ ଚାଷୀଙ୍କ ଅବସ୍ଥା ବେହାଲ ହେଲାଣି,ସେ ଧର୍ଯ୍ୟହରା ହୋଇପଡିଲେଣି । ଶେଷରେ ଚାଷୀ ତହସିଲ ଅଫିସ ସମ୍ମୁଖରେ ଧାନ ଗଦାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଆବଶ୍ୟକ ହେଲେ ଆତ୍ମହୁତି ଦେବାକୁ ପଛାଇବି ନାହିଁ ବୋଲି କହିଛନ୍ତି । ଯେଉଁଠାରେ ସ୍ଵୟଂ ମହାପ୍ରଭୁ ନ୍ୟାୟ ପାଇପାରୁ ନାହାନ୍ତି,ସେଠାରେ ସାଧାରଣ ଚାଷୀ ଙ୍କ କଥା ପଚାରେ କିଏ ? ସରକାର ଚେଇଁଛି ନା ଶୋଇଛି ଓ ଚାଷୀ କରିବ କଣ ଏ ପ୍ରଶ୍ନ ର ଉତ୍ତର କାହା ପାଖାରେ ନାହିଁ ।
Post a Comment