//BREAKING//
Loading...

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

 

*ସବୁ ନିଶାଠାରୁ ସାମ୍ବାଦିକତା ହେଉଛି ବଡ଼ ନିଶା*



ଜୁନାଗଡ଼,୩।୧୨ : ଯେ’ କୌଣସି ନିଶା ହେଉ ସବୁଠାରୁ ବଡ଼ ନିଶା ହେଉଛି ସାମ୍ବାଦିକତା। ଥରେ ଯିଏ ଏହାକୁ ଗ୍ରହଣ କରିଛି ପରିବାରର ଦୁଃଖ କଷ୍ଟ ଭୁଲି ଆଗକୁ ବଢ଼ିଛି ବୋଲି ମତପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ନୂଆଁ ମାର୍କେଟ ପରିସରରେ ରବିବାର ଏସୟୁଜେ ସହ ଅନୁବନ୍ଧିତ କଳାହାଣ୍ଡି ଶାଖ କେଜେୟୁର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ଥିବା ଅତିଥି ମାନେ ଏହି ମତ ରଖିଛନ୍ତି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀ ଖାଁଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଙ୍ଘର ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଅବସର ପରେ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହିତ ମୃତ୍ୟୁ ପରେ ସର୍ବନିମ୍ନ ପନ୍ଦର ଲକ୍ଷ ଟଙ୍କାର ସହାୟତା ରାଶି ମୃତ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ରାଜଧାନୀ ଉପକଣ୍ଠରେରେ ସାମ୍ବାଦିକ ମାନଙ୍କ ପାଇଁ ଭବନ ନିର୍ମାଣ କରିବା ସହିତ ସାମ୍ବାଦିକ ସୁରକ୍ଷା ବିଲ ଆଣିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏସୟୁଜେ ଓଡ଼ିଶା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ପାଢ଼ୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବ ନାରାୟଣ ଗଉଡ, ନୂଆପଡ଼ା ଜିଲ୍ଲା ସଭାପତି ଘନଶ୍ୟାମ ଭୋଇ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଜିଲ୍ଲା ସଂଗଠନକୁ ସୁଦୃଢ କରିବା ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। 


ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ଏସୟୁଜେ ଓଡ଼ିଶା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜୁନାଗଡ଼ ବ୍ଳକ ଅଧ୍ୟକ୍ଷା ସବିତା ମେହେର, କେନ୍ଦ୍ର ଫିଲ୍ମ ସେନ୍ସର ବୋର୍ଡର ସଭ୍ୟା ଡ଼ ସୁନତୀ ମୁଣ୍ଡ, ରାଜ୍ୟ ଉପସଭାପତି କାର୍ତ୍ତି ଚନ୍ଦ୍ର ସାହୁ, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗଦେଇ ଥିଲେ।

 


ଏହି ଅବସରରେ ସାମ୍ବାଦିକତା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କୁ ସାମ୍ବାଦିକ ଶିରୋମଣି ସମ୍ମାନ, ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ଓ ଜିଲ୍ଲା ର ପ୍ରଥମ ମହିଳା ସାମ୍ବାଦିକା ଡକ୍ଟର ସୁନିତୀ ମୁଣ୍ଡ ଙ୍କୁ ସାମ୍ବାଦିକା ରତ୍ନ ସମ୍ମାନ ପ୍ରଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ଦିନେଶ ପଣ୍ଡା ସ୍ମୃତି ସମ୍ମାନ, ମହିଳା , ଆଜୀବନ ସାମ୍ୱାଦିକ ସମ୍ମାନ, ଯୁବ ସାମ୍ୱାଦିକ ସମ୍ମାନ, ଇଣ୍ଡିଆ ରେକର୍ଡ ରେ ସ୍ଥାନ ପାଇ ଥିବା ଲୋକ ପ୍ରିୟ ଡାକ୍ତର, ସଦାନନ୍ଦ ପାଣିଗ୍ରାହୀ ଙ୍କ ସମେତ ସମାଜସେବୀ, ସ୍ବାସ୍ଥ୍ୟ କର୍ମୀ ଆଦି ବିଭିନ୍ନ ବ୍ୟକ୍ତି ସମେତ ଗ୍ରାମାଞ୍ଚଳ ସାମ୍ୱାଦିକ ସମ୍ମାନ, ମହିଳା ସାମ୍ୱାଦିକା, ଉଲ୍ଲେଖନୀୟ ସଫଳତା ପାଇଁ ତିନିଜଣ ସଫଳ ଚାଷୀ, ତିନିଜଣ ସରପଞ୍ଚ , ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ଜଗମୋହନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଏସୟୁଜେ ଶାଖା ସମସ୍ତ ବ୍ଳକର ସଦସ୍ୟାମାନେ ଯୋଗଦେଇଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe