ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀସ୍ୱର୍ଗତ ଚିତ୍ତ ଜେନା ଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ!!
ଭବାନୀ ପାଟଣା:-----
( ତର୍ଜମା ନ୍ୟୁଜ )
ଭବାନୀ ପାଟଣା ଟାଉନ ହଲ ଠାରେ ଗତ 29 ତାରିଖ ସନ୍ଧ୍ୟା ରେ
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ଚିତ୍ତ ଜେନା ଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଭବାନୀ ପାଟଣା ଯୁବ ସାଂସ୍କୃତିକ ପରିଷଦ ଦ୍ବାରା ଆୟୋଜିତ ଏହି ସଂଗୀତ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଚିତ୍ର ଶିଳ୍ପୀ ପ୍ରଭାଶ ମିଶ୍ର, ଭୀମସେନ ସାହୁ, ଉମେଶ ଚନ୍ଦ୍ର ଶତପଥି, ପ୍ରଦୀପ କୁମାର ସାହୁ,ଚଳଚିତ୍ର ଅଭିନେତା ଜଗନ୍ନାଥ ମୁଣ୍ଡ, ଅଧ୍ୟାପକ ସୁରଜିତ ସିଂହ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାର ପ୍ରମୁଖ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭ ରେ ସ୍ୱର୍ଗତ ଚିତ୍ତ ଜେନା ଙ୍କ ସମେତ ଗତ କାର୍ତ୍ତିକ ପୂର୍ଣ୍ଣିମା ଦିନ ତାଙ୍କ ଧର୍ମପତ୍ନୀ ଙ୍କ ଇହଧାମ ତ୍ୟାଗ ସହ କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ସୁନମ ସୁନା, ବିଶିଷ୍ଟ ଉଦ୍ଦଘୋଷକ ଅବଦୂଲ୍ଲା ଖାଁ ଅମର ଆତ୍ମା ଙ୍କ ସଡଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଯୁବ ସାଂସ୍କୃତିକ ପରିଷଦ ର ସମ୍ପାଦିକା ଶ୍ରୀମତୀ ସୁପ୍ରଭା ଶତପଥି ବାର୍ଷିକ ବିବରଣୀ ପାଠ କରି ଥିଲେ। ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଭାଷାବିତ୍, ସହିତିକ୍ୟ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ଙ୍କ ସମେତ ମାତ୍ର 17 ବର୍ଷ ବୟସରେ ଓଡ଼ିଆ ଚଳଚ୍ଚିତ୍ର ପଳାତକ ରେ ଆଧୁନିକତା ର ସ୍ପର୍ଶ ଦେଇ ମୁଖ୍ୟ ନାୟିକା ଙ୍କୁ ରାଜ୍ୟ ର ପ୍ରଥମ ଥର ଜିନ୍ସ ଲୁକ୍ ଦେଇ ଇତିହାସ ସୃଷ୍ଟି କରି ଥିବା ଜିଲ୍ଲାର ବରିଷ୍ଠ ସାମ୍ବାଦିକ, ସଂପାଦକ, ଜିଲ୍ଳାର ପ୍ରଥମ ଡିଜିଟାଲ ମିଡ଼ିଆ ଜରିଆରେ ନ୍ୟୁଜ ପୋର୍ଟାଲ ଓ ୱେବ ମିଡ଼ିଆ ଆରମ୍ଭ କରି ଗତ 30 ବର୍ଷ ଧରି ସାଧନା ରତ ମହମ୍ମଦ ଅଲ୍ଲୀ ଖାଁ ଓ ଡ୍ୟାନସର ରାଜେଶ ନାଏକ ଙ୍କୁ ଉଲ୍ଲେଖନିୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା। ପରିଷଦ ର ସଭାପତି ଭୂପେଶ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷତତ୍ତ୍ଵାବଧାନରେ କାର୍ଯକାରୀ ସଭାପତି ଜଗନ୍ନାଥ ତ୍ରୀପାଠୀ ଙ୍କ ସଂଯୋଜନା ରେ ସ୍ୱର୍ଗତ ଚିତ୍ତ ଜେନା, ମହମ୍ମଦ ଅଜିଜ, ମୁକେଶ, ଅକ୍ଷୟ ମହାନ୍ତି ଙ୍କ ସମେତ ଅନେକ କାଳ ଜୟୀ କଣ୍ଠ ଶିଳ୍ପୀ ମାନଙ୍କ ଦ୍ବାରା ପରିବେଷିତ ସଂଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକ ଙ୍କ ମନ ମୋହି ନେଇଥିଲେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଅନେକ ଖ୍ୟାତନାମା କଣ୍ଠ ଶିଳ୍ପୀ ।କଳାହାଣ୍ଡି ଜିଲ୍ଳାର ସୁନାମଧନ୍ୟ ଉଦଘୋଷକ ଆକାଶ ବାଣୀ, ଦୂର ଦର୍ଶନ ର ଲୋକ ପ୍ରିୟ ବ୍ୟକ୍ତିତ୍ଵ ମନୋଜ ଶର୍ମା ମଞ୍ଚ ପରିଚାଳନା କରିଥିଲେ।



Post a Comment