//BREAKING//
Loading...

କଲମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ



କଲମପୁର-୧୮/୧୨(ତର୍ଜମା ନ୍ୟୁଜ) କଲମପୁର ବ୍ଲକ ପରିସରରେ ଥିବା ଏସ.ଜି.ଏସ.ୱାଇ. ମିଟିଙ୍ଗ ହଲ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଆଜି ସୋମବାର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ବିଭିନ୍ନ ସମସ୍ୟାର ଅଭିଯୋଗ ୭୪ ଟି, ଆବାସ ଘର ପାଇଁ ୭୬ ଏବଂ ଭତ୍ତା ପାଇଁ ୮ ଜଣ ମୋଟ ୧୫୮ ଟି ଅଭିଯୋଗ ଆସିଥିଲା l ଜିଲ୍ଲାପାଳଙ୍କ ଆସିବା ବିଳମ୍ବ ହେବା ହେତୁ ଏଡିଏମ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଅଭିଯୋଗ ଗ୍ରହଣ କରି ତାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଥିଲେ l କିଛି ସମୟ ବିଳମ୍ବରେ ଜିଲ୍ଲାପାଳ ଏବଂ ଏସପି ଜନଶୁଣାଣୀ ଶିବିରକୁ ଆସିଥିଲେ 


ବିଡ଼ିଓ ବିଜୟ କୁମାର ମାଡାଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଏସ. ପି. ଅଭିଳାଷ ଜି, ଏଡିଏମ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ସିଡିଏମଓ ଡା. ସୁଚେତା ପାଣି, ତହସିଲଦାର ସ୍ମରଣିକା ତୁଳ, ବିଇଓ ମଧୁସ୍ମିତା ନାଏକ, ଡିପିଇଓ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡି. ଆର. ସି. ଏସ. କଳାହାଣ୍ଡି, ଜିଲ୍ଲା ଶ୍ରମ ଅଧିକାରୀ, ଡି. ଏସ. ଏସ. ଓ, ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାର, ଡିଏସଏସଓ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ l ସିଡିପିଓ ପ୍ରତିମାରାଣୀ ଦାସ, ବିଏସଏସଓ କ୍ଷିତିସୁତା ମେହେର, ଜିପିଈଓ ଜିତେନ୍ଦ୍ର କୁମାର, ଏମ. ଆଇ. ଦେବଧର ଧରୁଆ, ସହକାରୀ ଯନ୍ତ୍ରୀ ସୃତି ରଞ୍ଜନ ସେଠୀ, ବିଭାଗୀୟ ଅଧିକାରୀ ବୈକୁଣ୍ଠ ବାଗ , ସମେତ ଅନେକ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ସମୂହ ଉପସ୍ଥିତ ରହିଥିଲେ l କଲମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ସମେତ ପୋଲିସ ପ୍ରଶାସନ ଶିବିର ରେ ଉପସ୍ଥିତ ରହି ନିରାପତ୍ତା ରକ୍ଷା କରିଥିଲେ l

  କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe