କଲମପୁର -୧୮/୧୨(ତର୍ଜମା ନ୍ୟୁଜ) ଦୈନିକ ଶହ ଶହ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ରାସ୍ତା ପ୍ରତି ପ୍ରଶାସନର ଅଣଦେଖା କରାଯାଇ ଥିବାରୁ ଏବେ ଶୋଚନୀୟ ହୋଇ ପଡିଛି, ଦୟନୀୟ ଅବସ୍ଥାରେ ଛାତ୍ରଛାତ୍ରୀ ଏହି ରାସ୍ତାରେ ଯାତାୟାତ କରୁଛନ୍ତି, ସଦରମହକୁମା ତ୍ରୀଦେବ ଛକରୁ ସ୍କୁଲ ରାସ୍ତା ପ୍ରାୟ ତିନିଶହ ମିଟର ହୋଇଥିବା ବେଳେ ଦୀର୍ଘ ଦିନ ହେବ ଏହି ରାସ୍ତାକୁ ମରାମତି ହେଉନାହିଁ,ଏଥିସହ ଜଳ ଓ ପରିମଳ ବିଭାଗ ପାଇପ୍ ଲଗାଇ ରାସ୍ତା ଅବସ୍ଥା ଗୁରୁତର କରିଛନ୍ତି, ସେଥିଯୋଗୁଁ ପାଇପରୁ ପାଣି ଝରି ସର୍ବଦା ସେହି ରାସ୍ତାରେ ଜମି ରହୁଛି, ସେହି ବାଟ ଦେଇ ଶିଶୁ ମନ୍ଦିର ବିଦ୍ୟାଳୟର ପ୍ରାୟ ୫ ଶହ, ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ପ୍ରାୟ ୬ଶହ ,ଆଙ୍ଗନବାଡି କେନ୍ଦ୍ରର ୫୦ ଜଣ ଛାତ୍ରଛାତ୍ରୀ ଯିବା ଆସିବା କରୁଥିବା ବେଳେ ପ୍ୟାକ୍ସ,କୋଅପରେଟିଭ ବ୍ୟାଙ୍କ କର୍ମଚାରୀ ଓ ଜନସାଧାରଣ ଯିବା ଆସିବା କରୁଛନ୍ତି, ବର୍ଷା ଦିନରେ ଛାତ୍ରଛାତ୍ରୀ ମାନେ ଆଣ୍ଠୁଏ ଦୁଷିତ ଜଳରେ ଦୟନୀୟ ଅବସ୍ଥାରେ ଯିବାଆସିବା କରୁଥିବା ବେଳେ ଏବେ ପରିମଳ ବିଭାଗର ପାନୀୟଜଳ ପ୍ରକଳ୍ପରୁ ପାଇପ ଫାଟି ଅହରହ ଜଳ ରାସ୍ତାରେ ସଦାସର୍ବଦା ପ୍ରବାହିତ ହେଉଛି, ଏନେଇ ସରପଞ୍ଚ ସୁର୍ଯ୍ୟକାନ୍ତି ପଣ୍ଡା ବ୍ଳକରେ ଏ ବିଷୟରେ ଫେରାଦ ହୋଇଥିବା ପ୍ରକାଶ କରିଥିବା ବେଳେ ବ୍ଳକ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଦୁଃଖ ବନ୍ଧୁ ରାଉଳ ପାଇପ ଫାଟି ଯଦି ସେପରି ଜଳ ପ୍ରବାହିତ ହୋଇ ଚାଲିଥାଏ ତେବେ ତାହାକୁ ସଜଡାଯିବ ବୋଲି କହିଛନ୍ତି,
କଲମପୁରରୁ ସୁରେନ୍ଦ୍ର କୁମାର ନାଏକ ଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ
Post a Comment