//BREAKING//
Loading...

ତେଲେଙ୍ଗାନାରେ ହେବ ରେବନ୍ତ ସରକାର, ହାଇକମାଣ୍ଡଙ୍କ ଗ୍ରୀନ୍ ସିଗନାଲ


 ହାଇଦ୍ରାବାଦ : ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ପ୍ରଦେଶ ମୁଖ୍ୟ ରେବନ୍ତ ରେଡ୍ଡୀ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ରେବନ୍ତଙ୍କ ନାଁରେ ମୋହର ମାରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଜାତୀୟ ମହାସଚିବ କେ.ସି ଭେନୁଗୋପାଳଙ୍କ ସହ ଅନ୍ୟ ନେତାଙ୍କ ବୈଠକରେ ରେବନ୍ତଙ୍କ ନାଁରେ ବାଜିଛି ମୋହର । ଆଜି ହାଇଦ୍ରାବାଦରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ରେବନ୍ତଙ୍କ ନାଁ ଘୋଷଣା କରାଯିବ ।

ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଜ୍ୟରେ କଂଗ୍ରେସର ବିପୁଳ ନିର୍ବାଚନ ପରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ରେସରେ ସେ ସବୁଠୁ ଆଗରେ ଥିଲେ। ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୧ରେ ତେଲଙ୍ଗାନା ପିସିସି ଭାବେ ଦାୟିତ୍ବ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ । ଏଠାରେ ସୂଚନା ଯୋଗ୍ୟ ଯେ, ରେବନ୍ତ ଙ୍କୁ କଂଗ୍ରେସ ଦଳ ରେ ସାମିଲ କରିବା ପାଇଁ କଂଗ୍ରେସ ର ବରିଷ୍ଠ ନେତା, ଅଖିଳ ଭାରତୀୟ କଂଗ୍ରେସ କମିଟି ର ସ୍ଥାୟୀ କମିଟି ସଦସ୍ୟ, ବିହାର, ମଣିପୁର ଓ ମିଜୋରାମ ପ୍ରଦେଶ କଂଗ୍ରେସ ପ୍ରଭାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ପ୍ରମୁଖ ଭୂମିକା ଗ୍ରହଣ କରି ଥିଲେ, ଓ ଯୁବ ନେତା କହ୍ନୟା କୁମାର୍ ସମେତ ଅନେକ ଯୁବ ନେତା ଙ୍କୁ କଂଗ୍ରେସ ଦଳ ରେ ସାମିଲ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରି ଥିଲେ।


ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ । ସେହିପରି ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସର ସବା ଆଗରେ ଅଛନ୍ତି ରାଜକୁମାରୀ ଦୀୟା କୁମାରୀ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରହିଛନ୍ତି । ଉଭୟ ବସୁନ୍ଧରା ଓ ଦୀୟା ରାଜ ପରିବାରରୁ ଆସିଛନ୍ତି । ୭୧ ହଜାରରୁ ଅଧିକ ବମ୍ପର ଭୋଟରେ ଦିୟା କୁମାରୀ ନିଜ ନିକଟତମ ପ୍ରତିନ୍ଦନ୍ଦୀଙ୍କୁ ପରାସ୍ତ କରିଛନ୍ତି । ଜୟପୁର ରାଜ ପରିବାର ସଦସ୍ୟ ଦୀୟା କୁମାରୀ । ରାଜା ମାନ ସିଂ ଦ୍ବିତୀୟଙ୍କର ନାତୁଣୀ ହେଉଛନ୍ତି ଦୀୟା । ଜୟପୁରର ରାଜତନ୍ତ୍ରର ଶେଷ ସମ୍ରାଟ ଥିଲେ ରାଜା ମାନ ସିଂହ ଦ୍ବିତୀୟ । ତେବେ ବିଜେପିର ସଂସଦୀୟ ଟିମ୍ ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରେ ମୋହର ମାରିବେ । ତେବେ ଛତିଶଗଡ଼ରେ ମଧ୍ୟ ଏଥର ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶରେ ମଧ୍ୟ ଶିବରାଜ ସିଂହ ବିଜେପିର ପ୍ରଥମ ପସନ୍ଦ ନୁହେଁ ବୋଲି ଚର୍ଚ୍ଚା ହେଉଛି । କୈଳାଶ ବିଜୟ ବର୍ଗିୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe