ବରିଷ୍ଠ ନାଗରିକ ଙ୍କ "ଶୁନ ମୂର୍ତ୍ୟୁ ସପ୍ତାହ" ପାଳନ !!
ଭବାନୀ ପାଟଣା:----
( ତର୍ଜମା ନ୍ୟୁଜା )
ରାଜ୍ୟ ପରିବହନ ବିଭାଗ ତରଫରୁ ଜନସାଧାରଣ ଙ୍କୁ ସଚେତନ କରେଇବାପାଇଁ ଗତ ଡ଼ିସେମ୍ବର ୧ ତାରିଖରୁ "ଶୁନ ମୂର୍ତ୍ୟୁ ସପ୍ତାହ" ପାଳନ କରାଯାଉଛି।ଏହାର ପଞ୍ଚମ ଦିବସରେ କଳାହାଣ୍ଡି ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଏକ ସଚେତନତା ବାଇକ ରେଲି ର ଆୟୋଜନ କରାଯାଇଥିଲା, ଏହି ରେଲି କୁ ସଙ୍ଘର ବରିଷ୍ଠତମ ସଦସ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଟ୍ଟନାୟକ ଜିଲ୍ଲାପାଳ ଙ୍କ ବାସଭବନ ସମ୍ମୁଖରୁ ପତାକା ଦେଖାଇ ଉଦଘାଟନ କରିଥିଲେ,ଏହି ରେଲି ରେ ସଙ୍ଘର ବହୁ ସଦସ୍ୟ ନିଜ ନିଜର ଦୁଇ ଚକିଆ ଯାନ ରେ ପ୍ଲା କାର୍ଡ ଲଗାଇ ସହର ର ବିଭିନ୍ନ ସ୍ଥାନକୁ ଶୋଭାଯାତ୍ରା କରିଥିଲେ,ଏହି ସଚେତନତା ଶୋଭାଯାତ୍ରା କଳାହାଣ୍ଡି ଆର ଟି ଓ ଶ୍ରୀଯୁକ୍ତ ସାମନ୍ତରାୟ ଙ୍କ ଦ୍ଵାରା ପ୍ରାୟୋଜିତ ହୋଇଥିଲା ।



Post a Comment