କଲମପୁର ମିଶନ ଶକ୍ତି କେଫେ ଉଦଘାଟନ କଲେ ଧର୍ମଗତ ବିଧାୟକ !!!
କଲମପୁର-୨୦/୧୨(ତର୍ଜମା ନ୍ୟୁଜ)
ଏହି ବ୍ଳକ ଅନ୍ତର୍ଗତ ମିଶନ ଶକ୍ତି କେଫେ ଧର୍ମଗତ ବିଧାୟକ ମୌଷଧି ବାଗଙ୍କ କରକମଳରେ ଆଜି ଶୁଭ ଉଦଘାଟିତ ହୋଇଯାଇଛି, ମହିଳା ମିଶନ ଶକ୍ତି ଦ୍ଵାରା ଏହି କେଫେ ପରିଚାଳିତ ହେବାକୁଥିବା ବେଳେ ବ୍ଳକ ପରିସରରେ ରହିଥିବାରୁ ଏହା ବେଶ ଆଦୃତ ହେବ ବୋଲି ଉପସ୍ଥିତ ବକ୍ତାମାନେ ମତପୋଷଣ କରିଛନ୍ତି, ଏହି ଅବସରରେ ବିଧାୟକ ଶ୍ରୀବାଗଙ୍କ ସମେତ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ସ୍ମୁତି ରଞ୍ଜନ ସେଠି, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ନିବେଦିତା ହଂସ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ନାଏକ, ବ୍ଳକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିପିଏମ ରିଜିଆନୁସ ଏକ୍କା,ଓଏଲଏମ ସଭାପତି ଲିଲାବତୀ ରାଉତ, ସଂପାଦିକା ରଞ୍ଜିତା ନାଏକ ପ୍ରମୁଖ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ,
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ
Post a Comment