କଲମପୁର ଆଦର୍ଶ ବିଦ୍ୟାଳୟରେ ବାର୍ଷିକଉତ୍ସବ ମହା ସମାରୋହରେ ଅନୁଷ୍ଠିତ ।
କଲମପୁର -୨୧/୧୨(ତର୍ଜମା ନ୍ୟୁଜ) କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକୋତ୍ସବ ୨୦୨୩ ମହାସମାରୋହରେ ପାଳିତ ହୋଇ ଯାଇଛି l ସ୍କୁଲ ଅଧ୍ୟକ୍ଷ ପ୍ରଜ୍ଞାନ ରଞ୍ଜନ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି, ଥୁଆମୂଲ ରାମପୁର କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚିନା ମୁଖ୍ୟବକ୍ତା, ସମେତ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, କଲମପୁର ସରପଞ୍ଚ ସୂର୍ଯ୍ୟକାନ୍ତି ପଣ୍ଡା, ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ଅବସରପ୍ରାପ୍ତ ବିଇଓ ମୋହନ ସୁନ୍ଦର ପଣ୍ଡା, ଅଭିଭାବକ ସଂଘ ସଭାପତି ପ୍ରଶାନ୍ତ କୁମାର ମାଝୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ l ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯୌତୁକ ନିର୍ଯ୍ୟାତନା ଜନିତ ନାଟକ ଦର୍ଶକଙ୍କୁ ବିମୋହିତ କରିଥିବା ବେଳେ ବିଜ୍ଞାନ ଉପରେ ଆଧାରିତ "ବଳକା ଖାଦ୍ୟ ଓ ଭେଜାଲ ଖାଦ୍ୟ ରୁ ଦୁରେଇ ରୁହ" ନାଟକ ବେଶ ମନଛୁଆଁ ହୋଇଥିଲା। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା l ଗତଶିକ୍ଷା ବର୍ଷରେ ତୁଷାର କାନ୍ତ ରାଇଗୁରୁ ଦଶମ ଟପ୍ପର ହୋଇଥିବାରୁ ସମ୍ମାନିତ କରାଯାଇଥିଲା l ଏବଂ ଦ୍ୱାଦଶ ଶ୍ରେଣୀ ଟପ୍ପର ହୋଇଥିବା ବିମଲ କୁମାର ପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l କମିଟିର ସକ୍ରିୟ ସଦସ୍ୟ ପିତାମ୍ବର ସାହୁ, ଦେବୁ ଜୈନ, ବ୍ରଜମୋହନ ସାହୁ, ମୁକେଶ ପୁରୋହିତ, ମୁକେଶ ଶର୍ମା, ରାଜେଶ ସାହୁ,ଲଳିତ ବିଶି, ଜ୍ଞାନ ରଞ୍ଜନ ପଣ୍ଡା,ସଞ୍ଜୟ ସାହୁ,ମଧୁଛନ୍ଦା ଭଞ୍ଜ ସୁମିତ୍ରା ନିଆଲ ପୁନର୍ବାସ ଛାତ୍ରୀୟା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିଜୟଦେଵ ସାହୁ ,ଅବିଭାବକ ସଙ୍ଘ ସଭାପତି ପ୍ରଶାନ୍ତ କୁମାର ମାଝୀ ଏବଂ ଅଧ୍ୟକ୍ଷ ପ୍ରଜ୍ଞାନ ସେଠୀ ମଞ୍ଚାସିନ ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏ ଅବସରରେ ସଂଘ ତରଫରୁ ବିଦ୍ୟାଳୟର ଖେଳ ସାମଗ୍ରୀ ମରାମତି ଓ ଉନ୍ନତିକରଣ ସହ ବିଦ୍ୟାଳୟର ରାସ୍ତା ପ୍ରଶସ୍ତି କରଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ, ଉଭୟ ବିଧାୟକ ଏବଂ ସରପଞ୍ଚ ଦ୍ବୟ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ,ତର୍ଜମା ନ୍ୟୁଜ
Post a Comment